ଶିଶୁ କରୋନା ଯୋଦ୍ଧା ସୁବ୍ରତ ନାରାୟଣ ପ୍ରଧାନ

ବୁଗୁଡା,(ଅନିଲ ମହାରଣା): କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ କରୋନା ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ। ଯଦି ତୃଣମୂଳସ୍ତର ପଞ୍ଚାୟତ ବିଷୟରେ ଦୃଷ୍ଟି ଦେବା ସେମାନଙ୍କ କଠୋର ପରିଶ୍ରମକୁ ସଲାମୀ ଦେବାକୁ ବାଧ୍ୟ। ପଞ୍ଚାୟତ ସ୍ତରରେ କରୋନା ଯୋଦ୍ଧା ହେଲେ ସରପଞ୍ଚ, ନାଏବ ସରପଞ୍ଚ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ପ୍ରଭୃତି। ହେଲେ ମାଣିତରା ଗ୍ରାମ ପଞ୍ଚାୟତରେ ଜଣେ ଶିଶୁ କରୋନା ଯୋଦ୍ଧାଙ୍କୁ ଦେଖିବାକୁ ମିଳିଛି। ଗୋଟିଏ ଦିନ ମଧ୍ୟ ଅନୁପସ୍ଥିତ ନାହିଁ, ପ୍ରତିଦିନ ଏହି ଶିଶୁ କରୋନା ଯୋଦ୍ଧା ଜଣଙ୍କ ଯାଇ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଚାହା ଜଳଖିଆ ଠାରୁ ଆରମ୍ଭ କରି ଖାଦ୍ୟ ପରିବେଷଣ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହଯୋଗ କରିଥାନ୍ତି। ସେ ହେଉଛନ୍ତି ମାଣିତରା ପଞ୍ଚାୟତର ନାଏବ ସରପଞ୍ଚ କାଳୁ ଚରଣ ପ୍ରଧାନଙ୍କ ପୁଅ ତଥା ମାଣିତରା ମା ସରସ୍ଵତୀ ବିଦ୍ୟା ମନ୍ଦିରର ୫ମ ଶ୍ରେଣୀ ଛାତ୍ର, ୧୦ ବର୍ଷ ବୟସ୍କ ଶିଶୁ ସୁବ୍ରତ ନାରାୟଣ ପ୍ରଧାନ। ଶିଶୁ ହେଲେବି ସୁବ୍ରତଙ୍କ ଏହି ସାହାସ ଓ ସେବା ମନୋଭାବ ଯୋଗୁଁ ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମେତ ଗ୍ରାମ ବାସୀ ବୃନ୍ଦ ୧୦ ବର୍ଷର ଶିଶୁ ସୁବ୍ରତ ( କୁନୁ )ଙ୍କ ଏହି ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ