ଶିଶୁ ସଂକ୍ରମଣକୁ ନେଇ ସଚେତନ ହେଲେ ପଜିଟିଭ୍ ରେଟ୍ କମିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ରାଜ୍ୟରେ ଯେତେବେଳ ସଂକ୍ରମଣ ପିକ୍ ଥିଲା ସେ ସମୟରେ ମୃତ୍ୟୁର ରିପୋର୍ଟ ଠିକ୍ ଭାବରେ ଦିଆଯାଇ ପାରୁନଥିଲା । ଏବେ ପାଖାପାଖି ଅଡିଟ୍ ସାରିଛି । ବର୍ତମାନ ଯାହା ହେଉଛି ସେହି ତଥ୍ୟ ଦିଆଯାଉଛି । ଅଡିଟ୍ ହେଉଛି ଏକ କଂଟିନିୟୁ ପ୍ରୋସେସ । ବର୍ତମାନ ରୋଗୀ ଅଛନ୍ତି, ମୃତ୍ୟୁ ବି ହୋଇପାରେ । ଯାହା ଆଗକୁ ହେବ ତାହା ତଥ୍ୟ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ଅପରପକ୍ଷରେ ଶିଶୁ ସଂକ୍ରମଣକୁ ନେଇ ଆମେ ସଚେତନ ହେଲେ ଆମର ପଜିଟିଭ ସଂଖ୍ୟା କମିବ । ମହାମାରୀର ଲହର ନୁହେଁ ସର୍ଜ ଥାଏ । ଟିକାକରଣ ସହ ସେରୋ ସର୍ଭେ ଚାଲିଛି ତେଣୁ ଅପେକ୍ଷା କରିବା କଥା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେହିପରି ଡିଏମଇଟି ସିବିକେ ମହାନ୍ତି କେନ୍ଦ୍ର ଜାରି କରିଥିବା ଡବଲ୍ ଡୋଜ୍ ଟିକା ଗାଇଡ଼ଲାଇନ ସମ୍ପର୍କରେ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ଡବଲ୍ ଡୋଜ୍ ଟିକା ଆବଶ୍ୟକ । ଏହାକୁ ପାଳନ କରିବା ଉଚିତ୍ । ଡେଥ୍ ଅଡିଟ୍ ଆମେ ପାଖାପାଖି ସାରି ଦେଇଛୁ । ଯାହା ଆସୁଛି ଆମେ ଜଣେଇବୁ । ଏବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । କାହିଁକି ନା ପ୍ରାୟ ସମସ୍ତ ୧୮ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି । ସଂକ୍ରମିତ ବି ହେଉଛନ୍ତି । ତେଣୁ ଆନୁପାତିକ ଭାବେ ଶିଶୁମାନେ ଅଧିକା ସଂକ୍ରମିତ ହେବେ । ତୃତୀୟ ଲହର ଏବେ ବି ଆକଳନସ୍ତରରେ ଅଛି । କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।


