“ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ: ଗେ’ ଭୂମିକାରେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡର ଜଣେ ଭର୍ସାଟାଇଲ ଅଭିନେତା ହେଲେ ଆୟୁଷ୍ମାନ ଖୁରାନ୍ନା । ଯେକୌଣସି ଚରିତ୍ରରେ ସେ ଖୁବ୍ ସହଜରେ ଢଳି ଯାଇଥାନ୍ତି । ଏପରିକି ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ କମ୍ ବଜେଟ୍ରେ ମଧ୍ୟ ଭଲ ବ୍ୟବସାୟ କରିଥାଏ । କହିବାକୁ ଗଲେ ହିଟ୍ ମଧ୍ୟ ହୋଇଥାଏ । ନିକଟରେ ତାଙ୍କର ଚଳଚ୍ଚିତ୍ର “ଡ୍ରିମ୍ ଗର୍ଲ’ ରିଲିଜ ହାଇଥିବା ବେଳେ ଏବେ ଆଗାମୀ ଫିଲ୍ମ “ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ ହାଇଛି । ଏଥିରେ ଆୟୁଷ୍ମାନଙ୍କୁ ଜଣେ ଗେ’ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ପ୍ରେମିକ ଭାବେ ଜିତେନ୍ଦ୍ର କୁମାର ନଜର ଆସିବେ । ଜିତେନ୍ଦ୍ର ଜଣେ ୟୁଟ୍ୟୁବ୍ ସେନସେଶନ୍ ଭାବେ ବେଶ ପରିଚିତ । ସେ ଖଡଗପୁରରୁ ନିଜର ଆଇଟିଆଇ ପଢ଼ା ଶେଷ କରିଛନ୍ତି । ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ହେଁ ପିଲାଟିବେଳୁ ସେ ଅଭିନୟ କରିବାର ଇଚ୍ଛା ରଖିଥିଲେ । ଚଳଚ୍ଚିତ୍ରଟିରେ ଆୟୁଷ୍ମାନଙ୍କ ସହ ଅଭିନୟ ତାଙ୍କୁ ସଫଳତା ଦେଇପାରେ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ