ଶ୍ରମଦାନ କରି ରାସ୍ତା କାମ କଲେ ଗ୍ରାମବାସୀ, ରାସ୍ତା ମରାମତିକୁ ବ୍ଲକ ଓ ଆରଡ଼ିର ନାସ୍ତିବାଣୀ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ବିରଞ୍ଚିପୁର – ମାଣିତରା – ଜିରାବାଡ଼ି ପୂର୍ତ୍ତବିଭାଗ ରାସ୍ତା ବଡ ପଥର ଠାରୁ ମାଣିତରା – ଚିଲିଖମା ଗ୍ରାମ ଉନ୍ନୟନ ବିଭାଗ ରାସ୍ତାକୁ ସଂଯୋଗ ହୋଇଥିବା ରାସ୍ତା ଦେଇ ଚିଲିଖମା, ଶଙ୍କୁରୁ, କାନକୁଟୁରୁ ଓ ଘୋଳପୁର ଗ୍ରାମ ଲୋକମାନେ ବୁଗୁଡାକୁ ଯିବା ଆସିବା କରିଥାନ୍ତି। ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ହେଲା ଏହି ରାସ୍ତା ମରାମତି ହୋଇ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ବୁଗୁଡା ପାଞ୍ଚାୟତ ସମିତି ଅଧୀନରେ ଥିବା ବେଳେ ବର୍ତ୍ତମାନ ଏହା ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିବା ଯୋଗୁଁ ବ୍ଲକ ପକ୍ଷରୁ ସେହି ରାସ୍ତା ମରାମତି ହୋଇପାରିବ ନାହିଁ ବୋଲି ବୁଗୁଡା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି ଗ୍ରାମ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେ କହିଲେ ଯେ ସେହି ରାସ୍ତା ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇନାହିଁ । ଯାହା ଫଳରେ ସେହି ରାସ୍ତାରେ ଆରଡ଼ି ବିଭାଗ ମରାମତି କରିପାରବ ନାହିଁ। ରାସ୍ତା ବର୍ତ୍ତମାନ ମରଣ ଯନ୍ତାରେ ପରିଣତ ହୋଇ ପଡ଼ିଥିବା ବେଳେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ଏକ ଘଟଣା ହେଲା ଜଳ ସେଚନକୁ କେନ୍ଦ୍ର କରି ବୁଗୁଡା ବ୍ଲକର ଚିଲିଖମା ଓ ଗୋଳାବନ୍ଧ ଗ୍ରାମ ମଧ୍ୟରେ ତିକ୍ତତା ଉଗ୍ର ରୂପ ଧାରଣ କରିଛି। ଭଲ ରାସ୍ତା ଓ କମ ଦୂରତା ଯୋଗୁଁ ଚିଲିଖମା ଗ୍ରାମବାସୀ ଗୋଳାବନ୍ଧ ଗ୍ରାମ ଦେଇ ବୁଗୁଡା ଯିବା ଆସିବା କରୁଥିଲେ । ହେଲେ ଚିଲିଖମାର ଜୈନିକ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ ଗାଡି ଭାଙ୍ଗିବା ସହ ମାଡ ଦେବା ଯୋଗୁଁ ଚିଲିଖମା ଗ୍ରାମବାସୀ ବୈଠକ କରି ଗୋଳାବନ୍ଧ ଦେଇ ନଯାଇ ବଡ ପଥର ରାସ୍ତା ଦେଇ ବୁଗୁଡା ଯିବା ଆସିବା କରବାକୁ ଠିକ କରିଛନ୍ତି। ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ଥିବା ଯୋଗୁଁ କୌଣସି ବିଭାଗ ମରାମତି ନକରିବାରୁ ଚିଲିଖମା ଗ୍ରାମର ଚାରି ଶହରୁ ଉର୍ଦ୍ଧ ଲୋକ ଆସି ନଭେମ୍ବର ୫ ତାରିଖ ଦିନ ସେହି ରାସ୍ତାକୁ ମରାମତି କରିଛନ୍ତି। ତୁରନ୍ତ ସେହି ରାସ୍ତାକୁ ମରାମତି କରିବାକୁ ଦୃଢ଼ ଦାବି ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ