କନ୍ଧମାଳର ଯୁବ କବିଙ୍କୁ ଭୁବନେଶ୍ୱରରେ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ମାନରେ ସମ୍ମାନିିତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ୱତ ଓଡ଼ିଆ ଭାଷା ଓ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଫୁଲବାଣୀର ଯୁବ ସାହିତ୍ୟକ ନୃସିଂହାନନ୍ଦ ମହାପାତ୍ରଙ୍କୁ ଚଳିତ ବର୍ଷ ଓଡ଼ିଆ ଭାଷା ଓ ସାହିତ୍ୟ ୨୦୨୦ରେ ସମ୍ମାନିତ କରଯାଇଛି । ବିଶିଷ୍ଟ ଗବେଷକ ପ୍ରଫେସର ଡ଼ଃ.ପ୍ରେମାନନ୍ଦ ମହାପାତ୍ରଙ୍କ ସମେତ ମହାବିଦ୍ୟାଳୟର ବିଭାଗୀୟ ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରଫେସରଙ୍କ ଉପସ୍ଥିତିରେ କୋଭିଡ଼୍ ନିୟମ ପ୍ରକାରେ ଏହି ସମ୍ମାନରେ ସମ୍ମାନିତ କରଯାଇଛି । ଯୁବକବି ଶ୍ରୀ ମହାପାତ୍ର ବୃତ୍ତିରେ ଫୁଲବାଣୀ ସରକାରୀ ଆଇଟିଆଇର ତାଲିମପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରତ । କିନ୍ତୁ ନିଶାରେ ସେ ଜଣେ ସାରସତ୍ୱ ସାଧକ। ତାଙ୍କ ଦ୍ୱାରା ପ୍ରିୟା ବାସନ୍ତି, ଫୁଲ କୁଆଁରି, ମା ମାଟି ମଶାଣି ଓ ଲାଜୟୀ ଝିବ କବିତା ସଂକଳନ ଗ୍ରନ୍ତ ଗୁଡ଼ିକ ପ୍ରକାଶ ପାଇଥିବା ବେଳେ ସେ ଇତି ମଧ୍ୟରେ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗର ଛାତ୍ରୀ ସୋନାଲି ଶୁଭଦର୍ଶନୀ ଧନ୍ୟବାଦ ଅର୍ପଣ କରିଥିଲେ । ଫୁଲବାଣୀର ଯୁବକବି ଶ୍ରୀ ମହପାତ୍ର ଏହି ସମ୍ମାନରେ ସମ୍ମାନିତ ହୋଇଥିବା ଯୋଗୁଁ ତାଙ୍କ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।


