ଶ୍ରମିକଙ୍କୁ ଧକ୍କା ଦେଲା ଟ୍ରେନ :୩ ଶ୍ରମିକ ମୃତ

ବ୍ରହ୍ମପୁର,  (ଅନିଲ କୁମାର):  ବ୍ରହ୍ମପୁର ରେଳ ଷ୍ଟେସନ ନିକଟ ହଳଦିଆ ପଦର ଲେବେଲ କ୍ରସିଂ ଠାରେ ଏକ ଟ୍ରେନ ଧକ୍କାରେ ତିନି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ଛତିଶଗଡ ରାଜ୍ୟର ଶ୍ରମିକ । ଜିଆରପି ଥାନା ପୁଲିସ ଘଟଣା ସ୍ଥାଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍‌କେସିଜି ଡ଼ାକ୍ତରଖାନାକୁ ପଠାଇଛି । ସୂଚନା ପ୍ରକାରେ ମୃତ ୩ ଶ୍ରମିକ ହଳଦିଆ ପଦର ଠାରେ ଜାତୀୟ ରାଜପଥ୧୬ ଉପରେ ନିର୍ମାଣ ଚାଲିଥିବା ଓଭରବ୍ରିଜ କାଯ୍ୟରେ ନିୟୋଜିତ ହୋଇଥିଲେ । ରବିବାର ରାତିରେ ୭ ଜଣ ଶ୍ରମିକ ମିଶି ନିଜ ଘରକୁ ଯିବାପାଇଁ ହଳଦିଆ ପଦର ରେଳ ଧାରଣା କଡେ କଡେ ଚାଲି ଚାଲି ବ୍ରହ୍ମପୁର ଷ୍ଟେସନକୁ ଯାଉଥିଲେ । ରାତି ସାଢ଼େ ୧୧ ଟା ବେଳେ ସେମାନେ ରେଳ ଧାରଣାର ଅତି ନିକଟ ଦେଇ ଆଗକୁ ବଢୁଥିବା ବେଳେ ପଛପଟୁ ଆସୁଥିବା ବିଶାଖାପାଟଣା-ଟାଟା ନଗର ଟ୍ରେନଟି ୩ ଜଣ ଶ୍ରମିକଙ୍କୁ ଧକା ଦେଇଥିଲା । ଫଳରେ ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ