ପ୍ରଧାନମନ୍ତ୍ରୀଙ୍କ ଅନୁକମ୍ପାରେ ହେଉଛି ଶ୍ରୀରାମ ମନ୍ଦିର ନିର୍ମାଣ – ଯୋଗୀ
ଅଯୋଧ୍ୟା, (ୱାଇଏନ୍ଏସ୍): ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପାଂଚ ଶତାବ୍ଦୀର ଦୀର୍ଘ ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୃପା ଯୋଗୁଁ ଅଯୋଦ୍ଧାରେ ଶ୍ରୀରାମନଙ୍କ ,କ ମହାନ ତଥା ଐଶ୍ୱରୀୟ ମନ୍ଦିର ନିର୍ମାଣ କରାଯାଉଛି । ରବିବାର ଦିନ ଅଯୋଦ୍ଧାରେ ରାମାୟଣ କନକ୍ଲେଭର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଭକୁ ସ୍ୱାଗତ କରିବା ସହ ପ୍ରଭୁ ରାମଙ୍କୁ ଭେଟିବା, ବିକାଶ କାର୍ଯ୍ୟ ଉପରେ ନଜର ରଖିବା ଏବଂ ରାମାୟଣ କନକ୍ଲେଭ ଉଦ୍ଘାଟନ କରିବା ସହିତ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଭିତି ପ୍ରସ୍ତର ସ୍ଥାପନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନଙ୍କର ବିଶ୍ୱାସ, ସମ୍ମାନିତ ସାଧୁସନ୍ଥ ଏବଂ ଆମର ବିଚାର ପରିବାରଙ୍କ ଫଳାଫଳ ଏବଂ ସଙ୍କଳ୍ପବଦ୍ଧତା ଯୋଗୁଁ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେଏକ ମହାନ ରାମ ମନଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆମେ ଭାଗ୍ୟବାନ ଯେ, ଆମେ ଏହି ପବିତ୍ର ସ୍ଥାନ ଗୁଡ଼ିକର ଦର୍ଶନ ପାଇଛୁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଯୋଧ୍ୟାକୁ ବିଶ୍ୱ ମାନଚିତ୍ରରେ ଉପସ୍ଥାପନ କରିବାରେ ଭାରତୀୟ ରେଳର ଏକ ପ୍ରମୁଖ ଭୂମିକା ରହିଛି । ଅଯୋଧ୍ୟାରେ ଆୟୋଜିତ ଐଶ୍ୱରୀୟ କାର୍ଯ୍ୟକ୍ରମରେ ଯୋଗୀ ରେଳ ବିଭାଗର ମନ୍ତ୍ରୀ ଦର୍ଶନା ଜାରଦୋଷଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବ୍ୟାପକ ବିଶ୍ୱାସର ପ୍ରତୀକ ମର୍ଯ୍ୟାଦା ପୁରୁଷୋତମ ଭଗବାନ ପ୍ରଭୁ ଶ୍ରୀରାମ ଲୋକଙ୍କର ଅଟନ୍ତି । ଭଗବାନ ଶ୍ରୀ ରାମ ଆମ ସମସ୍ତଙ୍କ ବିଶ୍ୱାସରେ ରୁହନ୍ତି, ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ ଅଛନ୍ତି ।


