ଶ୍ରମ ମନ୍ତ୍ରୀ ଉଦଘାଟନ କଲେ ଅତିରିକ୍ତ ଶ୍ରେଣୀ ଗୃହ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ, ଗଣେଶ ମଣ୍ଡପ ଓ ସ୍ମାର୍ଟ ଶ୍ରେଣୀ କକ୍ଷକୁ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଜାନୁଆରୀ ୬ ତାରିଖ ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଯୋଗଦେଇ ଅତିରିକ୍ତ ଶ୍ରେଣୀ ଗୃହ, ସ୍ମାର୍ଟ ଶ୍ରେଣୀ କକ୍ଷ ଓ ଗଣେଶ ମଣ୍ଡପ କୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ଏବଂ ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜୋନ ୪୧ ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ସମାଜସେବୀ ଇ.ମଦନ ଗୋପାଳ ଦୋରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଚୋରିଆ ମଳିକ, ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ପାତ୍ର, ନାଏବ ସରପଞ୍ଚ ନାରାୟଣ ମଳିକ, ଅନ୍ତରପଡା ସରପଞ୍ଚ ବସନ୍ତ କୁମାର ଶତପଥୀ,ଏସଏମସି ସଭାପତି ବଳରାମ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ