ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଯାଇଛି. ଏହି ରଥକୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପୂଜା ପାଠ କରାଯାଇ ପାରଳା ସହର ପରିକ୍ରମା କରାଯାଇଥିଲା. ଏଠାରେ ସୂଚନାଯୋଗ୍ୟଯେ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମାରୋହ ଆସନ୍ତା୧୭ ତାରିଖରେ ଭାବ୍ୟ ଢ଼ଙ୍ଗରେ ପାଳନ କରିବାକୁ ଯାଉଛନ୍ତି।ଏହି ଅବସରରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପୌରାଧ୍ୟକ୍ଷା ନିର୍ମଳା ସେଠିଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ରଥକୁ ପାଛୋଟି ନେଇ ପାରଳାଖେମୁଣ୍ଡି ସହର ପରିକ୍ରମା କରିଥିଲେ. ଆଜି ପ୍ରଥମ ଦିନରେ ପାରଳା ସହରର 5,6,7,8 ୱାର୍ଡରେ ରଥ ପରିକ୍ରମା କରିଥିଲା. ପରିକ୍ରମା ସମୟରେ ପ୍ରତେକ ସାହିରେ ରହିଥିବା ବାସଗୃହ ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରତେକ ଘରର ମହିଳାମାନେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଗୁଆ ଓ ଚାଉଳ ପ୍ରଦାନ କରିଥିଲେ.


