ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ପରେ ବି କାର୍ୟ୍ୟାନୁଷ୍ଠାନ ଶୂନ?
କୋଦଳା :(ଯୁଗାବ୍ଦ ନ୍ୟୁଜ)- ଗଞ୍ଜାମ ଜିଲ୍ଲା କୋଦଳା ଲୁହା ଶଙ୍ଖ ଠାରେ ଦୀର୍ଘଦିନ ଧରି ବେଆଇନ ରଞ୍ଜିତ ଡ୍ରିଙ୍କିଙ୍ଗ ୱାଟର ବା ପାଣି ଫେଂକ୍ଟ୍ରି ଚାଲିବାର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ସେହି ପାଣି ଫେଂକ୍ଟ୍ରି ଖୁଲମ୍ ଖୁଲାଭାବେ ଚାଲିଛି।ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ୨୯ ତାରିଖରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ସେହି ସମୟରେ ହିଁ ଗଞ୍ଜାମ ଜିଲ୍ଲାପାଳ ତାର କୌଣସି ଲାଇସେନ୍ସ ରହୁନାହିଁ ।ଏହାକୁ ତୁରନ୍ତ ବନ୍ଦ କରିବାକୁ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ଏଯାବତ ସେହି ପାଣି ଫେଂକ୍ଟ୍ରି ଚାଲୁ ରହିଛି । ତହସିଲଦାର ଓ ପାଣି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୧୬ ଦିନ ବିତିଯାଇଥିଲେ ମଧ୍ୟ ବନ୍ଦ ହେଇନାହିଁ ସେହି ପାଣି ଫେଂକ୍ଟ୍ରି।ସେହି ଫେଂକ୍ଟ୍ରି କୋଦଳା ଏନ.ଏସି ଠାରୁ ଏନଓସି ନେଇ ନାହିଁ କିମ୍ବା ଘରର ପ୍ଲାନଆପ୍ରୂଭଲ କରିନାହିଁ କିମ୍ବା ହୋଲିଙ୍ଗଟେକ୍ସ ସହ ବିଆଇଏସ ସାର୍ଟିଫିକେଟ ମଧ୍ୟ ନାହିଁ । ସେହି ଫେଂକ୍ଟ୍ରିରେ ତିଆରି ହୋଇଥିବା ଇଟା ଗ୍ଳୋକୋଜ, ପାଣି ବୋତଲ, କୋଲଡ୍ରିଙ୍କସ୍ ଇତ୍ୟାଦି ଯେଉଁସବୁ ତିଆରି ହେଉଛି ତାହାର ନମୁନା ଚେକ୍ ହେଉଛି କି କାହିଁକିନା, ବଡବଡ କମ୍ପାନୀମାନେ ସବୁ ପ୍ରକାର ଲାଇସେନ୍ସ କରି ମଧ୍ୟ ବିଭିନ୍ନ ସମୟରେ ନମୁନା ସଂଗ୍ରହ କରି ତାହାକୁ ବେନ୍ ମଧ୍ୟ କରିସାରିଛନ୍ତି । ଏହି ଫେଂକ୍ଟ୍ରିରେ ତିଆରି ହୋଇଥିବା ପାଣି ବୋତଲ, ପାଣି ପାଉଚ, କୋଲଡ୍ରିଙ୍କସ, ଇଟା ଗ୍ଳୋକୋଜ ଇତ୍ୟାଦି ପିଇ ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପୂର୍ବରୁ ଏହାକୁ ତଦନ୍ତ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏଯାବତ ଫେଂକ୍ଟ୍ରି ଚାଲୁରହିଛି । ଯାହାଫଳରେ ସରକାର ଯେଉଁ ସବୁ ଆଦେଶନାମା ବାହାର କରୁଛନ୍ତି ତାହା କିପରି କାର୍ୟ୍ୟକାରୀ ହେଉଛି ତାହା ଏଠାରୁ ହିଁ ବାରି ହେଉଛି ।ଏଣୁ କୋଦଳା ତହସିଲଦାର ଯଦି ଏହି ରଞ୍ଜିତ ଡ୍ରିଙ୍କିଙ୍ଗ ୱାଟର ବା ପାଣି ଫେଂକ୍ଟ୍ରିକୁ ତୁରନ୍ତ ବନ୍ଦ ନକରନ୍ତି ତାହା ହେଲେ ଆଗାମୀ ଦିନରେ ପୁଣି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କୋଦଳା ସାମ୍ବାଦିକ ଏବଂ ବୃଦ୍ଧିଜୀବି ମାନେ ଚେତାବନୀ ଦେଇଛନ୍ତି ।


