ଶ୍ରୀନଗରରେ ଗ୍ରେନେଡ଼୍ ବିସ୍ଫୋରଣ ୧ ଯବାନ ସହିଦ
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଲଓ୍ଵପୋରା ଅଞ୍ଚଳରେ ଆତଙ୍କବାଦୀ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍) ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା। ଏହି ଗୁଳି ବିନିମୟରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ଜଣେ ସିଆରପିଏଫ୍ ଜଣେ ଯବାନ ସହିତ ହୋଇଥିଲେ । ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କାଚ ଗୁଣ୍ଡ ବିଛାଯାଇ ଗ୍ରେନେଡ଼୍ ଆକ୍ରମଣ ହୋଇଛି। ଘଟଣାର ଏବେ ତଦନ୍ତ ହେଉଛି। ଏହା ପୂର୍ବରୁ ଗତ ବୁଧବାର ଲାୱେପୋରାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଭାରତୀୟ ଯବାନ ଏନକାଉଣ୍ଟର କରି ଆତଙ୍କୀଙ୍କୁ ନିପାତ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କୀକୁ ଆହତ ଅବସ୍ଥାରେ ଗିରଫ ମଧ୍ୟ କରାଯାଇଛି । ଏହି ଆକ୍ରମଣରେ ସିଆରପିଏଫ୍ ଯବାନ ରମେଶ ରଞ୍ଜନ ଶହୀଦ ମଧ୍ୟ ହୋଇଛନ୍ତି। ଆକ୍ରମଣ ପଛରେ ଲସ୍କର-ଏ-ତୈଏବା, ହିଜବୁଲ ମୁଜାହିଦ୍ଦୀନ ଏବଂ ଆଇଏସଜେକେର ୩ ଜଣ ଆତଙ୍କୀଙ୍କ ହାତ ଜଣାପଡିଛି ।


