ଚୀନ୍ରେ କୋରୋନା ତାଣ୍ଡବ : ମୃତ୍ୟୁ ସଂଖ୍ୟା ୫୬୩କୁ ବୃଦ୍ଧି
ବେଜିଂ : ଚୀନ୍ର କୋରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୫୬୩କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨୮୦୧୮ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ ୭୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ସମସ୍ତ ମୃତ୍ୟୁ ଉହାନ୍ ଏବଂ ହୁବେଇ ପ୍ରଦେଶରେ ଘଟିଥିବା ଜଣାପଡିଛି । ହୁବେଇ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୨୬୯ରେ ପହଞ୍ଚିଥିବା ବେଳେ ବାକି ସମସ୍ତ ମୃତକ ଉହାନ୍ ପ୍ରଦେଶର ବୋଲି ଜଣାପଡିଛି । ୩୮୫୯ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ୧୧୫୩ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ।


