ଶ୍ରୀ ବିଶ୍ଵକର୍ମା ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ସ୍ଥିତି ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ଶ୍ରୀ ବିଶ୍ଵକର୍ମା ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଜଗନ୍ନାଥ ଶତପଥୀ ଓ ପଣ୍ଡିତ ପ୍ରଦୀପ ରଥଶର୍ମା ଯୋଗଦେଇ ହୋମ ଏବଂ ବେଦ ଓ ମନ୍ତ୍ର ପାଠକରି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଘୁମୁସର ତାଲୁକା କୋଷାଧ୍ୟକ୍ଷ ଗଣପତି ମହାରଣା, ଶିଳାନ୍ୟାସ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଖଲ୍ଲିକୋଟ ବାଲିଆ ଗ୍ରାମର ବାସ୍ତୁ ଶାସ୍ତ୍ରବିତ ରଘୁନାଥ ମହାରଣା ଓ ମନ୍ଦିର ନିର୍ମାଣ କାରିଗର ଗାଣ୍ଡୁ ଦାସ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ତାଲୁକା ସଭାପତି ସୂର୍ଯ୍ୟ ନାରାୟଣ ମହାରଣା, ସମ୍ପାଦକ ସନ୍ୟାସୀ ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣା, ହରି ମୋହନ ମହାରଣା, ଦୁଃଖିଶ୍ୟାମ ମହାରଣା, ସୁରେନ୍ଦ୍ର ମହାରଣା, ସନ୍ତୋଷ ମହାରଣା, ଦୀନବନ୍ଧୁ ମହାରଣା, ଶିକ୍ଷାବିତ ମାଗତି ମହାରଣାଙ୍କ ସମେତ ବାଲିପଦର ଗ୍ରାମର କୂଳଭାଇ ବୃନ୍ଦ ଓ ତାଲୁକା ସଭ୍ୟ ବୃନ୍ଦ ଉପସ୍ଥିତ ରହି ଘଣ୍ଟ ମୃଦଙ୍ଗ ବଜାଇ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ