ଶ୍ରୀ ରଘୁନାଥ ଗୋସ୍ୱାମୀ ସେବା ସମବାୟ ସମିତି ଉଦଘାଟିତ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସହଦେବ ଟିକର ପଡ଼ା ଗ୍ରାମରେ ରବିବାର ନୂତନ ଭାବେ ଶ୍ରୀ ରଘୁନାଥ ଗୋସ୍ୱାମୀ  ସେବା ସମବାୟ ସମିତି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ର  ବହୁ ସଂଖ୍ୟକ ପଦସ୍ଥ ଅଧିକାରୀ ଓ ନିର୍ବାଚିତ କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହି ପ୍ରାଥମିକ ସେବା ସମବାୟ ସମିତି ର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଓ ଚାଷୀ ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସମବାୟ ନିର୍ଦ୍ଦେଶକ ଗଙ୍ଗାଧର ପାତ୍ର, ସରପଞ୍ଚ ପ୍ରିୟଙ୍କା ନାୟକ, ପୂର୍ବତନ ସରପଞ୍ଚ ବାୟା ଗୌଡ଼,ମନୋଜ କୁମାର ପଟ୍ଟନାୟକ, ଶିକ୍ଷକ କେଶବ ଗୌଡ଼, ସମୀର ଦଳବେହେରା,ଗୋପୀନାଥ ମଲ୍ଲିକ,ବାବୁ ସାହୁ, ସିମାଞ୍ଚଳ ଗୌଡ଼,ପ୍ରକାଶ ବେହେରା,ମାଧବ ବେହେରା, ସିମାଞ୍ଚଳ ସାହୁ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସମବାୟ ସମିତିର ରୂପରେଖ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସାନଖେମୁଣ୍ଡି ବ୍ଲକ ପାଟପୁର ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ଏବଂ ପଦସ୍ଥ ଅଧିକାରୀ ବୃନ୍ଦ ଚାଷୀଙ୍କୁ ଚିହ୍ନଟ କରି କିପରି ଅଧିକରୁ ଅଧିକ କୃଷି ଋଣ ଦିଆଯାଇପାରିବ ସେ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।ଏଥି ଉପଲକ୍ଷେ ଆୟୋଜିତ ସଭାରେ ବହୁ ସଂଖ୍ୟକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ଓ ସଭ୍ୟା ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ