ଶ୍ରୀ ହନୁମାନଙ୍କ ପ୍ରତିଷ୍ଠା ବାର୍ଷିକୋତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିବ୍ଲକ ଚାନ୍ଦୁଲି ପଞ୍ଚାୟତର ଖଣ୍ଡରା ଗ୍ରାମ ନୁଆଁବନ୍ଧ ସାହି ସ୍ଥିତ ଶ୍ରୀ ହନୁମାନଙ୍କ ମଙ୍ଗଳବାର ବାର୍ଷିକୋତ୍ସବ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି।ଗ୍ରାମ ଆଦର୍ଶ ପୋଖରୀ କୂଳରେ ବିରାଜମାନ ପ୍ରତିମୂର୍ତ୍ତିଙ୍କ ଉତ୍ସବ ପାଳନ ନିମନ୍ତେ ମହିଳା ଶ୍ରଦ୍ଧାଳୁମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ମୁଖ୍ୟ ପୁରୋହିତ ବେଦମନ୍ତ୍ର ଉଚ୍ଚାରଣ କରି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ପରେ ଆଜ୍ଞାମାଳ, ଆଜ୍ଞାଦୀପ ଓ ଆଜ୍ଞା ଧ୍ୱଜ ଆଦି ସୁସଜ୍ଜିତ ଭାବେ ଶ୍ରୀ ବିଗ୍ରହଙ୍କ ଲାଗି ଅର୍ପଣ ହୋଇଥିଲା। ମୁଖ୍ୟ ପୁରୋହିତ ଓ ସହଯୋଗୀ ପ୍ରମୁଖଙ୍କ ଦ୍ଵାରା ହୋମଯଜ୍ଞ,ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।ଅନ୍ତିମରେ ଗ୍ରାମବାସୀ ଭୋଗ ଯାଚନା କରି ଅଞ୍ଚଳବାସୀଙ୍କ କଲ୍ୟାଣ ନିମିତ୍ତ ଶ୍ରୀ ହନୁମାନଙ୍କୁ କୃପା ଭିକ୍ଷା କରିଥିଲେ।କର୍ତ୍ତା ରୂପେ ହରିହର ସାହୁ ଓ ଲକ୍ଷ୍ମୀ ସାହୁ ସସ୍ତ୍ରୀକ ଯୋଗ ଦେଇଥିଲା ବେଳେ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ଅଶୋକ କୁମାର ପଣ୍ଡା,କୈଳାସ ମହାନ୍ତି, ସୁଧୀର ସ୍ୱାଇଁ, ସମ୍ପଦ ମୁନୀ, କାଳିଆ ମୁନୀ,ଦଣ୍ଡପାଣି ପଣ୍ଡା,ବାବୁ ସାବତ, କାମନା ଗୌଡ଼,ରାଜେନ୍ଦ୍ର ସ୍ୱାଇଁ,ରାଜେନ୍ଦ୍ର ସେଠୀ, ବିନୟ ଦାଶ, କେଦାର ସାହୁ,ସନ୍ତୋଷ ସାହୁ,ଫକୀର ସାହୁ ଓ ଶଙ୍କର ଗୌଡ଼ଙ୍କ ସମେତ ପଞ୍ଚାୟତବାସୀ ସହଯୋଗ କରିଥିଲେ।


