ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ଟମାଟୋ

ଶ୍ୱାସରୋଗୀଙ୍କ ପାଇଁ ଏପରି କିଛି ଖାଦ୍ୟ ନାହିଁ ଯାହା ନିଃଶ୍ୱାସପ୍ରଶ୍ୱାସକୁ ଠିକ୍ କରିପାରିବ । କିନ୍ତୁ କିଛି ଫଳ ଓ ପରିବା ରହିଛି ଯାହା ଶ୍ୱାସରୋଗୀଙ୍କ ଲାଗି ବିଶେଷ ଉପକାରୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ନାମକ ତତ୍ତ୍ୱ ରହିଛି ଯେଉଁଥିରେ ଭରପୂର ମାତ୍ରାରେ ଭିଟାମିନ୍ ଇ ଓ ସି ବ୍ୟତୀତ କ୍ୟାରୋଟିନ ମିଳିଥାଏ । ତେବେ ଜାଣନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଯାହା ଶ୍ୱାସ ରୋଗୀଙ୍କ ପାଇଁ ଉପକାରୀ ।
ଭିଟାମିନ୍ ଡି : ସୂର୍ଯ୍ୟଙ୍କ କିରଣରୁ ଆମକୁ ଭରପୂର ମାତ୍ରାରେ ଭିଟାମିନ୍ ଡି ମିଳିଥାଏ । କିନ୍ତୁ କିଛି ଏପରି ଖାଦ୍ୟ ରହିଛି ଯେଉଁଥିରେ ଭିଟାମିନ୍ ଡି ଭରପୂର ମାତ୍ରାରେ ମିଳିଥାଏ । ଏହା ମଧ୍ୟରୁ ସାଲମନ, ଅଣ୍ଡା, କ୍ଷୀର, କମଳା ଜୁସ୍ ଆପଣ ଖାଇପାରିବେ । ଏହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଠିକ୍ କରିବା ସହିତ ବିଷାକ୍ତ ତତ୍ତ୍ୱରୁ ରକ୍ଷା କରିପାରିବ । ଯେଉଁମାନଙ୍କ ମଧ୍ୟରେ ଭିଟାମିନ୍ ଡିର ଅଭାବ ଥାଏ ସେମାନଙ୍କୁ ଶ୍ୱାସ ହେବାର ବେଶି ଆଶଙ୍କା ଥାଏ ।
ମାଛ : ମାଛରେ ଭରପୂର ମାତ୍ରାରେ ଓମେଗା ଥାଏ । ଏହି କାରଣରୁ ମାଛ ଶ୍ୱାସରୋଗୀଙ୍କ ପାଇଁ ବହୁତ ଉପକାରୀ ।
ଟମାଟୋ: ଶ୍ୱାସରୋଗୀଙ୍କ ପାଇଁ ଟମାଟୋ ବହୁତ ଉପକାରୀ ଓ ଏଥିରେ ଲାଇସୋପେନ୍ ନାମକ ତତ୍ତ୍ୱ ମିଳିଥାଏ । ଏହି ତତ୍ତ୍ୱ ନିଃଶ୍ୱାସ ନେବାର ସମସ୍ୟାକୁ ଅନେକ ମାତ୍ରାରେ ଠିକ୍ କରିଥାଏ ।
ନଟ୍ସ ଓ ମଞ୍ଜିଜାତୀୟ : ଭିଟାମିନ୍ ଇ ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ବୋଲି ଅନେକ ଜାଣିଥାନ୍ତି । ସେଥିପାଇଁ ଆପଣ ବାଦାମ, ଅଖରୋଟ କଞ୍ଚା ମଞ୍ଜି ବ୍ୟତୀତ ବ୍ରୋକଲୀ ବା କଞ୍ଚା କଦଳୀ ପରି ପରିବା ଖାଆନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ