ଷ୍ଟେଜ୍ ଉପରେ ନେହାଙ୍କୁ ଜବରଦସ୍ତ କିସ୍
ଷ୍ଟେଜ୍ ଉପରେ ଜବରଦସ୍ତ କିସ୍ । ବାରଣ ସତ୍ତେ୍ୱ ନେହା କକ୍କରଙ୍କୁ କିସ୍ କରିଦେଲେ ପ୍ରତିଯୋଗୀ । ଯାହା ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି । ଛୋଟ ପରଦାରେ ରିୟାଲିଟି ଶୋ’ “ଇଣ୍ଡିଆନ୍ ଆଇଡଲ୍’ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଏହାର ସିଜନ୍ ୧୧ ଖୁବ୍ ଶୀଘ୍ର ଟେଲିକାଷ୍ଟ ହେବାକୁ ଯାଉଛି । ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ଏହି ଶୋ’ର ବିଚାରପତି ରହିଛନ୍ତି ଏବଂ ଆଦିତ୍ୟ ନାରାୟଣ ଶୋ’କୁ ହୋଷ୍ଟ କରୁଛନ୍ତି । ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ର ଅଡିସନ୍ ଚାଲିଛି । ବିଭିନ୍ନ ସ୍ଥାନରେ ତିନି ବିଚାରପତି ପ୍ରତିଯୋଗୀଙ୍କ ଅଡିସନ୍ ନେଉଛନ୍ତି । ତେବେ ଏହି ଅଡିସନ୍ ସମୟରେ ନେହାଙ୍କ ସହିତ ଏପରି ଘଟଣା ଘଟିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଡିସନ୍କୁ ଆସିଥିବା ଜଣେ ପ୍ରତିଯୋଗୀ ନେହାଙ୍କୁ ଜବରଦସ୍ତ ଚୁମ୍ବନ ଦେଇଛନ୍ତି । ଯାହାର ଭିଡିଓକୁ ଇନଷ୍ଟାଗ୍ରାମ୍ରେ ସୋନି ଟିଭିର ଅଫିସିଆଲ୍ ସାଇଟ୍ରେ ଅପ୍ଲୋଡ୍ କରାଯାଇଛି । ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ପ୍ରତିଯୋଗୀ ଅନେକ ଉପହାର ଧରି ମଞ୍ଚରେ ପହଞ୍ଚିଥିଲେ । ନେହାଙ୍କୁ ଭେଟିବା ପରେ ପ୍ରଥମେ ପ୍ରତିଯୋଗୀ ଜଣକ ଉପହାର ସବୁ ଦେଇ ତାଙ୍କୁ ଆଲିଙ୍ଗନ କରି ହଠାତ୍ ଚୁମ୍ବନ ଦେଇଛନ୍ତି । ଏହାପରେ ନେହା ଲାଜରେ ନିଜ ମୁହଁକୁ ଲୁଚାଇ ଦେଉଛନ୍ତି । ଏପରିକି ନେହାଙ୍କୁ ଚୁମ୍ବନ ଦେବା ପାଇଁ ହୋଷ୍ଟ ଆଦିତ୍ୟ ନାରାୟଣ ବାରଣ କରିବା ସତ୍ତେ୍ୱ ମଧ୍ୟ ପ୍ରତିଯୋଗୀ ଜଣଙ୍କ ଶୁଣିନଥିଲେ ।


