ଷ୍ଟ୍ରଙ୍ଗ ରୁମରୁ ବିଏମସି କୁ ଇଭିଏମ ପଠାଗଲା

ଛତ୍ରପୁର, (ଦେବଦତ୍ତ ମହାରଣା): ଚଳିତ ମାସ ୨୪ ତାରିଖ ଦିନ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀ ମାନେ ଗତ ୨ ତାରିଖ ଠାରୁ ୭ ତାରିଖ ମଧ୍ୟରେ ସେମାନଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଯାଂଚ କାର୍ଯ୍ୟକ୍ରମ ବୁଧବାର ସରିଥିବା ବେଳେ ଗୁରୁବାର ଠାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ଉଷ୍ମତା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଥିବା ବେଳେ ଆଜି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ ପରିସରରୁ ୫୭୫ ଟି ବାଲେଟ ୟୁନିଟ ଓ ୫୭୫ ଟି କଣ୍ଟ୍ରୋଲ ୟୁନିଟ ବ୍ରହ୍ମପୁର ମହାନଗର ନିଗମକୁ ପଠାଯାଇଛି । ବିଭିନ୍ନ ଦଳର ସଦସ୍ୟ ମାନେ ଉପସ୍ଥିତ ରହି ଷ୍ଟ୍ରଙ୍ଗ ରୁମ ଖୋଲାଯାଇଥିବା ସହ ଇଭିଏମ ଗୁଡିକ ଯାଂଚ କରାଯାଇଥିଲା । ଆସନ୍ତାକାଲି ଇଭିଏମ ମେସିନ ଗୁଡିକ ଗଞ୍ଜାମ, ରମ୍ଭା ଓ ଖଲ୍ଲିକୋଟ ଏନଏସି ସମେତ ଜିଲ୍ଲାର ୧୬ ଟି ଏନଏସି ଓ ଗୋଟିଏ ମୁନିସପାଲଟି କୁ ପଠାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତିି । ଏହି ଅବସରରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍‌, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ବେହେରା, ନିର୍ବାଚନ କାର୍ଯ୍ୟାଳୟର ରାଙ୍ଗା ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ବେହେରା, ବିଜୁ ଜନତା ଦଳର ଛତ୍ରପୁର ନଗର ସଭାପତି ବି. ରାଜିବାବୁ, ଭାରତୀୟ ଜନତା ପାର୍ଟିର ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ