ସଂରକ୍ଷିତ ସରପଞ୍ଚ ପଦବୀ ପାଇଁ ଗ୍ରାଜୁଏଟ ପାଠୁଆ ପ୍ରାର୍ଥୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଛି । ମାଣିତରା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ପ୍ରାର୍ଥୀ ତାଲିକାରେ ରହିଅଛି । ହିମାଂଶୁ ଶେଖର ସେଠୀ ଡମି ପ୍ରାର୍ଥୀ ଭାବେ ମନୋନୟନ ପତ୍ର ଦାଖଲ କରିଥିବା ବେଳେ ପ୍ରତ୍ୟାହାର କରି ପାରିନାହାଁନ୍ତି । ଏହି ଦୃଷ୍ଟିରୁ ମାଣିତରା ଗ୍ରାମ ପଞ୍ଚାୟତରେ ପ୍ରକୃତରେ ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଅଛି । ପ୍ରକାଶ ଚନ୍ଦ୍ର ବେହେରା ବିଜେଡି ସମର୍ଥୀତ ପ୍ରାର୍ଥୀ ହୋଇଥିବା ବେଳେ ଭାସ୍କର ସେଠୀ ବିଜେପି ସମର୍ଥୀତ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ଦୁଇଜଣ ପ୍ରାର୍ଥୀ ହେଲେ ରମେଶ ଚରଣ ସେଠୀ ଓ ସୁଶାନ୍ତ କୁମାର ନାଇକ । ପ୍ରକାଶଙ୍କ ନିର୍ବାଚନ ଚିହ୍ନ ଖୋଲାବହି, ଭାସ୍କରଙ୍କ ଚିହ୍ନ ମାଛ, ରମେଶଙ୍କ ଚିହ୍ନ ସୁର୍ଯ୍ୟ ଓ ସୁଶାନ୍ତଙ୍କ ଚିହ୍ନ ଖୋଲାଛତା ଅଟେ। ଏମାନଙ୍କ ମଧ୍ୟରୁ ରମେଶ ଚରଣ ସେଠୀ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ହୋଇଥିବା ଜଣାପଡିଛି । ରମେଶ ଚରଣ ସେଠୀ ଭଞ୍ଜନଗର କେଏସୟୁବି ମହାବିଦ୍ୟାଳୟରୁ ବିଏ ପାଶ ହୋଇଥିବା ସେ ପ୍ରକାଶ କରିଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଭାବେ ବ୍ୟକ୍ତିଗତ ଭାବେ ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ଭୋଟଭିକ୍ଷା ମାଗୁଥିବା ଦେଖିବାକୁ ମିଳିଛି ।


