ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ବିରୋଧ ପକ୍ଷ ଅବସରରେ ଦସ୍ତଖତ ଅଭିଯାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟର ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ ମହିଳା ଓ ବାଳିକା ହିଂସା ବିରୋଧ ପକ୍ଷ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରେଲୱେ ଷ୍ଟେସନ ଠାରେ କେନ୍ଦ୍ରର ପ୍ରଶାସିକାଙ୍କ ଅଧ୍ୟକ୍ଷତାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ. ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚାଇଲଡ଼ ଲାଇନର ସଂଯୋଜକ ନାଗେଶ୍ୱର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ନଭେମ୍ବର ୨୫ ତାରିଖ ଠାରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ହିଂସାମୁକ୍ତ ସମାଜ ଗଠନ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ । ସାମ୍ପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମ୍ନା କରୁଥିବା ବିଭିନ୍ନ ନିର୍ଯ୍ୟାତନାକୁ ସଖୀ ୱାନ ଷ୍ଟପ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ୫ ପ୍ରକାର ସମ୍ବଦ୍ଧୀୟ ସେବା ଯୋଗାଇ ଦେବା କଥା କେନ୍ଦ୍ରର ପ୍ରଶାସିକା ଭାଗ୍ୟଲକ୍ଷ୍ମୀ ନାୟକ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।


