ସଙ୍ଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା ନେଉଛନ୍ତି ଅନ୍ତେବାସୀ
କୋଦଳା,(ୱାଇଏନ୍ଏସ୍) :ବିଭିନ୍ନ ସଂଘରୋଧ କେନ୍ଦ୍ରରେ ଗଣ୍ଡଗୋଳ ଓ ନିୟମ ଉଲ୍ଲଂଘନ ନେଇ ପ୍ରବାସୀ ଓଡ଼ିଆ ନିନ୍ଦିତ ହେଉଥିବା ବେଳେ କିଛି କେନ୍ଦ୍ର ମାନଙ୍କରେ ଥିବା ଲୋକେ ଏବେ ଯୋଗ, ବ୍ଯାୟାମ, ଭଜନକୀର୍ତ୍ତନ କରି ଉଦାହରଣ ସୃଷ୍ଟି କରିଛନ୍ତି ଅନ୍ତେବାସୀ। ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାକୁଂଡା, ଲଚ୍ଛିପୁର, ସୁମଣ୍ଡଳର ରେ ଥିବା ସଙ୍ଗରୋଧ କେନ୍ଦ୍ରରେ ସକାଳେ ଯୋଗ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି, ଅନ୍ତେବାସୀ ମାନେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଆନନ୍ଦ ଲାଭ କରୁଛନ୍ତି, ଏହି ଭଳି କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ସେମାନଙ୍କ ଉତ୍ସାହ ବଢ଼ାଉଥିବା ଦେଖିବାକୁ ମିଳିଛି। ଏହି ବ୍ଲକ ର ଆର୍ଟ ଅଫ ଲିଭିଂ ର ସ୍ୱଛାସେବୀ ଦେବାଶିଷ ମହାରଣା, ଲିପୁନ ଦୋରା ଓ ଖେଳ ଶିକ୍ଷକ ସନ୍ତୋଷ ମଲ୍ଲିକ ଙ୍କ ଦ୍ୱାରା ଅନ୍ତେବାସୀ ମାନେ ନିଜେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଭଜନ ସହିତ ଜ୍ଞାନ ର ଆଦାନ ପ୍ରଦାନ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳର ବାସିନ୍ଦା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।


