ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ବୁଗୁଡା, (ଅନିଲ କୁମାର ମହାରଣା): ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗତ ମଇ ୧୬ ତାରିଖ ଅପରାହ୍ନରୁ ୧୮ ତାରିଖ ପୂର୍ବାହ୍ନ, ୨ ଦିନରେ ପୋଲସରା ନିର୍ବାଚନ ମଣ୍ଡଳୀର ୪୬ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡିଆମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅଭାବ ଅସୁବିଧା ବୁଝିବା ସହ ସେହି ସମସ୍ତ କେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ ୧୬ ତାରିଖ ଅପରାହ୍ନରେ ବୁଗୁଡା ବ୍ଲକ ଅନ୍ତର୍ଗତ ଆଦିପୁର, ବିରଞ୍ଚିପୁର, ବି.ବ୍ରହ୍ମପୁର, ବି.କରଡ଼ାବାଡ଼ି, ତାକରଡ଼ା, କରଚୁଲି, କରସିଙ୍ଗିର ୨ ଟି, ଭାଗବାନପୁର, ପାଣିକେଶ୍ୱର,ଓ ଦଦରାଖୋଲ ଏପରି ୧୧ ଟି କେନ୍ଦ୍ର ପରିଦର୍ଶନ କରିଥିଲେ। ସେହିପରି ୧୭ତାରିଖ ପୂର୍ବାହ୍ନରେ ପୋଲସରା ବ୍ଲକର ଖଣ୍ଡୁରୁ, କଙ୍କରଡ଼ା, ମର୍ଦ୍ଦାରଜପୁର, ଜେ.ଡେଙ୍ଗାପଦର, ଉସ୍ତାପଡ଼ା, ବନ୍ଥପଲ୍ଲୀ, ମୁକ୍ତାଦେଇପୁର ଶାସନ ଓ ପୋଲସରା ଏନଏସିର ୭ ଟି ଏବଂ ଅପରାହ୍ନରେ ବୁଗୁଡା ବ୍ଲକର ଗୋଲିଆ ୩ ଟି, ବାଦୁଆ, ସୀତାରମ ପଲ୍ଲୀ, ଭାମଶ୍ୟାଳି, ଚଢ଼ିଆପଲ୍ଲୀ ଏହିପରି ମୋଟ ୨୧ ଟି କେନ୍ଦ୍ରର ଅଭାବ ଅସୁବିଧା ବୁଝିଥିଲେ। ୧୮ ତାରିଖ ପୂର୍ବାହ୍ନରେ ବିଧାୟକ ପୋଲସରା ବ୍ଲକର ରୁମାଗଡ଼, ମନ୍ଦାର, ମାଳତୀବାଡ଼ି ଓ ବୁଗୁଡା ବ୍ଲକର ମହୁଲପଲ୍ଲୀ, ବାଲିପଦର, ଦଶୀପୁର, କଳାମ୍ବ, କାଦପଡ଼ା,ଘୋଡାପଡା, ଏ.କରଡ଼ାବାଡ଼ି,ସୋରଡ଼, ରାମଗଡ଼, ପୋଚାଲୁଣ୍ଡି, ବିଷ୍ଣୁଚକ୍ର ୧୪ ଟି କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ବିଡ଼ିଓ ତନ୍ମୟ ପାତ୍ରଙ୍କ ସମେତ ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ କୋଭିଡ-୧୯ ସମ୍ପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ