ସଚେତନତା ରାଲିକୁ ଉଦଘାଟନ କରି ଲୋକଙ୍କୁ ମାସ୍କ ବାଣ୍ଟିଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା): କୋଭିଡ ସପ୍ତାହ ପାଳନ ଅବସରରେ ଛତ୍ରପୁର ଏନଏସି କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ରିକାପଲ୍ଲୀ,ମୁଖ୍ୟ ବଜାର,ପରିବା ମାର୍କେଟ,ବସ ଷ୍ଟାଣ୍ଡ ଆଦି ସ୍ଥାନରେ ମାସ୍କ ବଂଟନ କରିବା ସହ ଲୋକଙ୍କୁ ଏବଂ ଦୋକାନୀଙ୍କୁ ପଂଚସୁତ୍ରୀ ନିୟମ ପାଳନ କରିବାକୁ ସଚେତନ କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଗଞ୍ଜାମ ଜିଲ୍ଲାପାଲ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଲୋକଙ୍କୁ ମାସ୍କ ବାଣ୍ଟିଥିଲେ । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଠି,ତହସିଲଦାର ନୀଳମାଧବ ଭୋଇ,ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ପ୍ରମୂଖ ଉପସ୍ଥିତ ରହି ଲୋକଙ୍କୁ ମାସ୍କ ବଂଟନ କରିବା ସହ ଲୋକଙ୍କୁ ସଚେତନତା କରାଇଥିଲେ । ଏହି ଶୋଭାଯାତ୍ରାରେ ପ୍ରଫୁଲ୍ଲ କୁମାର ବାଡତ୍ୟା,ଅଶିତ୍ କୁମାର ସେନାପତି, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି,କେ.ରମେଶ ରାଓ,ଏନଏସି କର୍ମଚାରୀ ଜୋସ୍ନାମୟୀ ଜେନା,ସମିଲତା ପ୍ରଧାନ,ଏସ୍ ଡାଲେୟା,କବିତାରାଣୀ ଦାସ,ମନୋରଞ୍ଜନ ପାଣିଗ୍ରାହୀ,ଗୌରହରି ପଣ୍ଡା,ସୁର୍ଯ୍ୟ ନାରାୟଣ ପାତ୍ର,ଯୁଗଳ କିଶୋର ଦାସ,ଜି.ଜଗଦୀଶ ରେଡ୍ଡି,ବିନାୟକ ଜେଟି,ପ୍ରଭାକର ବେହେରା,କୃଷ୍ଣ ପ୍ରସାଦ ମହାପାତ୍ରଙ୍କ ସମେତ ସମସ୍ତ କୋଭିଡ ମନିଟର,ସ୍ୱଚ୍ଛ ସାଥୀ,ଏସଏଚଜି,ସ୍ୱଂୟ ଶାସିତ ମହିଳା ସଂଗଠନ,ୱାର୍ଡ ଲେଭେଲ ଅଫିସର ଏହି ଶୋଭାଯାତ୍ରାରେ ଯୋଗ ଦେଇ ଲୋକଙ୍କୁ ମାସ୍କ ବଂଟନ କରିବା ସହ କୋଭିଡ ନିୟମ ମାନି ଚଳିବା ପାଇଁ ସଚେତନତା କରାଇଥିଲେ । ଏହି ଶୋଭାଯାତ୍ରାରେ କରୋନା ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନେ ମଧ୍ୟ ବୁଲି ଲୋକଙ୍କୁ ସଚେତନତା କରିଥିଲେ l ସେମାନଙ୍କୁ ଜିଲ୍ଲାପାଳ ପ୍ଲାଜମା ଦେବା ନିମନ୍ତେ କହିଥିଲେ l


