ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀରେ ସରକାରୀ ବାବୁଙ୍କ ଦବଙ୍ଗ ଗିରି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସାରା ବିଶ୍ୱ ଏବେ କୋରନା ମହାମାରୀ କବଳରେ ଏହି ମହାମାରି ଠାରୁ ଦୃରେଇ ରହିବା ପାଇଁ ମାସ୍କ ପିନ୍ଧିବା ,ହାତ ଧୋଇବା, ସାମାଜିକ ଦୂରତା ରଖିବା ଏହିପରି କାର୍ଯ୍ୟକ୍ରମ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରଛନ୍ତି ଆମର ରାଜ୍ୟ ସରକାର | ଗତ କାଲି ସେହିପରି ମୁଖ୍ୟମନ୍ତ୍ରୀ ନିଜର ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ନେତା,ବୁଦ୍ଧିଜୀବି ଓ ସରକାରୀ କର୍ମଚାରୀ ମିଶି ସଚେତନତାର ବାର୍ତ୍ତା ଦେଇ ଦୁଇଟି ରାଲି କରିଥିଲେ | ରାଲିର ମୂଳ ଉଦ୍ଦେଶ୍ୟ ଥିଲା ଲୋକଙ୍କ ପାଖରେ ପହଞ୍ଚି ସଚେତନତା କରିବା | କିନ୍ତୁ ସଚେତନତାର ୨୪ ଘଣ୍ଟା ପୁରିନାହିଁ ହିଞ୍ଜିଳିରେ ଦେଖବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ମୁତାବକ ମଙ୍ଗଳବାର ସକାଳେ ହିଞ୍ଜିଳି ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ଓ ନୂତନ ଭାରପ୍ରାପ୍ତ ତସିଲଦାର ଜନ୍ମେଜୟ ସାହୁ ପୈାରାଞ୍ଚଳ ନିୟନ୍ତ୍ରିତ ବଜାର ପରିସରରେ ଥିବା ମାଛ ବଜାରକୁ ଆସିଥିଲେ | ସେଇ ସମୟରେ ସେଇ ରାସ୍ତା ଦେଇ ଗୋଟିଏ ମାଛ ବିକାଳୀ ନିଜର ସାଇକେଲ ମାଧ୍ୟମରେ ଆସୁଥିବା ବେଳେ ବାବୁଙ୍କ ଗାଡିକୁ ବାଜି ଯିବାରୁ ନୂତନ ତସିଲଦାର ଗାଡିରୁ ଓଲ୍ହାଇ ବାଡ଼ି ଧରି ମାଛ ଵାଲାକୁ ମାସ୍କ କାହିଁକି ତଳକୁ କାଡ଼ିଛୁ କହି ତାକୁ ଉଠବସ ସାତ ଥର କରାଇଥିଲେ | ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି | ଏହା ଦେଖି ଉପସ୍ଥିତ ଲୋକ ମାନେ ଦୁଃଖ ପ୍ରକାଶ କରିଛନ୍ତି | ମାଛ ଵାଲାଟି ବିକଳରେ ସରକାର କର୍ମଚାରୀଙ୍କୁ ଚିହ୍ନି ନଥିବା କହିଛନ୍ତି | ଏଠି ପ୍ରଶ୍ନ ଉଠୁଛି ଗାଡ଼ିକୁ ଟିକିଏ ବାଜିବାରୁ ଯଦି ଏହି ପରି ଦଣ୍ଡ ,ଯଦି ଆଉ କିଛି ବଡ ଭୁଲ ହୋଇଯାଇଥାନ୍ତା ତାହେଲେ ସେ ଲୋକ ସହ ସରକାରୀ କର୍ମଚାରୀ କଣ କରିଥାନ୍ତେ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ? ଏଭଳି ଘଟଣା ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଉ ବୋଲି କହିଛନ୍ତି ।


