ସଟଡାଉନରେ ବନ୍ଦ ରହିବ ପାର୍କ
ଭୁବନେଶ୍ୱର: ବିଏମସି ଅଧୀନ ସବୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୫ରୁ ୧୦ ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ ଯାଏଁ ପାର୍କ ଖୋଲିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇ ସକାଳ ୫ରୁ ୭ଟା ଯାଏଁ ପାର୍କରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ ଅନ୍ୟ ବୟସର ଲୋକମାନେ ପାର୍କ ଯାଇପାରିବେ ନାହିଁ । ସକାଳ ୫ରୁ ୭ଟା ବ୍ୟତୀତ ଅନ୍ୟ ସମୟରେ ବୟସ୍କ ଲୋକ ପାର୍କ ଯାଇପାରିବେ ନାହିଁ । ଅନ୍ୟପକ୍ଷରେ ଶନିବାର ଓ ରବିବାର ସଟଡାଉନ ସମୟରେ ପାର୍କ ସମ୍ପୂର୍ଣ୍ଣ ବନ୍ଦ ରହିବ । ପ୍ରକାଶ ଯେ, ପୂର୍ବରୁ କରୋନା କଟକଣା କୋହଳ ପରେ ପାର୍କ ଖୋଲାଯାଇଥିଲା । ସକାଳ ୭ରୁ ୧୦ ଓ ଅପରାହ୍ନ ୪ରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲା ଥିଲା । ତେବେ ଏହି ସମୟରେ ସବୁ ବୟସର ଲୋକେ ପାର୍କକୁ ଯାଇପାରୁଥିଲେ ।


