ସତକର୍ମ ମଣିଷକୁ ଅମର କରିଥାଏ- ବାବାଜି ଚରଣ ଜେନାଙ୍କ ପ୍ରଥମ ସ୍ମୃତିସଭାରେ ଅତିଥି ମାନଙ୍କ ମତପ୍ରକାଶ
ହାଟଡିହି, (ବିକାଶ ବିଶ୍ୱାଳ):ମଣିଷ ଶରିରୀକ ଭାବେ ହଜିଗଲେ ସମାଜ ତାଙ୍କୁ ମୃତ୍ୟୁ ବୋଲି କହିଥାଏ କିନ୍ତୁ ତାର ମହତ କାର୍ଯ୍ୟ ପାଇଁ ସେ ଅମର ହୋଇ ରହିଥାଏ ବୋଲି ବାବାଜି ଚରଣ ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧତ୍ସେବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଓରାଳିସ୍ଥିତ ସ୍ୱର୍ଗତ ବାବାଜି ଜେନାଙ୍କ ବାସଭବନରେ ଅନୁଷ୍ଠିତ ସ୍ମୃତିଚାରଣ ଓ ଆବକ୍ଷ ଅନାବରଣ ଉତ୍ସବରେ ବରିଷ୍ଠ ଲେଖକ ତଥା ବାଗ୍ମୀ ଯୋଗାଚାର୍ଯ୍ୟ ବାଇଧର ମୁନି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ରତ୍ନାକର ଦାସ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ନାନୀତ ଅତିଥି ଭାବେ ଜଗତଜୀବନ ମହାରାଜ, ଯୋଗୀ ଚନ୍ଦ୍ରମଣି ମୁନି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାବାଜି ଚରଣ ଜେନାଙ୍କ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କବି ହାସ୍ୟମୟୀ ରାଜ ଦିପ୍ତୀ ଦେବଦର୍ଶନୀ ସୁତାର ବନମାଳୀ ଜେନା, ଅଭୟ କୁମାର ସାମଲ, ସୁରେନ୍ଦ୍ର କୁମାର ପରିଡା ପ୍ରମୁଖ ସ୍ୱର୍ଗତ ଜେନାଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଜେନାଙ୍କ ସୁପୁତ୍ର ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ବିମଳ ଜେନା ସ୍ୱାଗତ ଭାଷଣ ଦେଇଥିଲେ । କବି ତଥା ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


