ସତ୍ୟସାଇ ସେବା ସଦନ ପକ୍ଷରୁ ଜିଲ୍ଲା ସ୍ତରୀୟ ମହାଭାତୃତ୍ୱ ସମ୍ମିଳନୀ
ବୁଗୁଡା- ମଥୁରା ସରଣ ଶ୍ରୀକ୍ଷେତ୍ର ମାର୍ଦ୍ଦା ମନ୍ଦିର ପ୍ରାଙ୍ଗଣରେ ସତ୍ୟସାଇ ସଦନ ପକ୍ଷରୁ ଜିଲ୍ଲା ସ୍ତରୀୟ ମହାଭାତୃତ୍ୱ ସମ୍ମିଳନୀ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ସମ୍ମିଳନୀକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ତୈଳଚିତ୍ର ସମ୍ମୁଖରେ ପଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ବର୍ତ୍ତମାନ ଆମ ଦେଶ ତଥା ବିଶ୍ୱରେ ଦେଖା ଦେଇଥିବାର ଅବସାନ ପାଇଁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହାଭାତୃ ଭାବ ସୃଷ୍ଟି କରିପାରିଲେ ହିଁ ବିଶ୍ୱ ତଥା ଦେଶ ଶାନ୍ତିରେ ରହି ପାରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଆଧ୍ୟାତ୍ମିକ କ।ର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସତ୍ୟସାଇ ସେବା ସଙ୍ଗଠନର କର୍ମକର୍ତ୍ତା ଓ ସଦସ୍ୟ ସଦ୍ୟସ୍ୟା ବୃନ୍ଦ ଯୋଗ ଦେଇଥିଲେ ।


