ସନ୍ଥ ସ୍ୱାମୀ ଶଙ୍କରାନନ୍ଦ ଗିରଙ୍କ ଦ୍ୱାରା ଶ୍ରୀରାମ ମନ୍ଦିର ପାଇଁ ନିଧି ସମର୍ପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କ୍ରିୟାଯୋଗ ଫାଉଣ୍ଡେସନ ଟ୍ରଷ୍ଟର ସଭାପତି ତଥା ଅଖିଳ ଭାରତୀୟ ସନ୍ଥ ସମିତି,ଓଡିଶା ଶାଖାର ସଭାପତି ପୂଜ୍ୟ ସ୍ୱାମୀ ଶଙ୍କରାନନ୍ଦ ଗିରି ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫,୨୫,୨୨୫ଟଙ୍କା ନିଧି ସମର୍ପଣ କରିଛନ୍ତି । ଏଥି ସହିତ ଟ୍ରଷ୍ଟର ସମ୍ପାଦିକା ଡକ୍ଟର ବିଣାପାଣୀ ରଥ ୫୧,୦୦୦ଟଙ୍କା ଏବଂ ଟ୍ରଷ୍ଟି ବିଣା ମହାପାତ୍ର ୫୧,୦୦୦ଟଙ୍କା ନିଧି ସମର୍ପଣ କରିଛନ୍ତି । ସେହିପରି ପ୍ରଭୂଜୀ ଇଂରେଜୀ ମାଧ୍ୟମ ବିଦ୍ୟାଳୟର କର୍ମଚାରୀ ବୃନ୍ଦ ୧୫ ହଜାର ଟଙ୍କା ଏହି ମହତ୍ ଉଦ୍ଦେଶ୍ୟ ପାଇଁ ନିଧି ସମର୍ପଣ କରିବା ସହିତ ଆହୁରି ଅଧିକ ନିଧି ସମର୍ପଣ ପାଇଁ ଯୋଗାଡ କରୁଛନ୍ତି । ବିଶ୍ୱହିନ୍ଦୁ ପରିଷଦ,ଓଡିଶାର ସଂଗଠନ ସଂପାଦକ ଆନନ୍ଦ କୁମାର କ୍ରିୟାଯୋଗ ଫାଉଣ୍ଡେସନ ଟ୍ରଷ୍ଟକୁ ସଂପର୍କ ଅଭିଯାନରେ ଯାଇ ଏହି ନିଧି ଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ଅଶୋକ କୁମାର ଦାସ ୫୧,୧୦୧ଟଙ୍କା,ବିଶିଷ୍ଟ ବ୍ୟବସାୟୀ ଏସ୍ ବି ଦେବଦତ ଏବଂ ଦେବବ୍ରତ ସାହୁ ୫୦,୫୦୫ଟଙ୍କା,ଚନ୍ଦ୍ରଶେଖରପୁର ପ୍ରଭାତ ଶାଖାର କାର୍ଯ୍ୟବାହ ପ୍ରଫୁଲ କୁମାର ସିଂ,୧୦୦୦୦୧ଟଙ୍କା, କେଦାରଗୌରୀ ନଗରର ଗଙ୍ଗା ଯମୁନା ଆପାର୍ଟମେଂଟ ନିବାସୀ ସଂଜୟ ବେହୁରାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୋଜାଲିନ ବେହୁରା ୩୩,୩୩୩ଟଙ୍କା ନିଧି ସମର୍ପଣ କରିଛନ୍ତି । ନିଧି ସମର୍ପଣ ଓ ସଂପର୍କ ଅଭିଯାନରେ ସାମିଲ ହୋଇଛନ୍ତି ଜୟଦେବ ବିହାର ଭେଡିଂ ଯୋଜନରେ ଥିବା ୨୫ଜଣ ଦୋକାନୀ । ସେମାନେ ମଧ୍ୟ ନିଧି ସମର୍ପଣ କରିଛନ୍ତି । ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ କରାଯିବ । ଗତବର୍ଷ ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ୫ଜଣିଆ ଖଣ୍ଡପୀଠ ଚୁଡାନ୍ତ ନ୍ୟାୟ ଦେବାପରେ ମନ୍ଦିର ନିର୍ମାଣ ନିମନ୍ତେ ପଥ ସୁଗମ ହୋଇଛି । ଏଥିନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ(ଟ୍ରଷ୍ଟ) ଭାରତବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡିଛି । ଏହି ମନ୍ଦିର ବିଶ୍ୱର ସମସ୍ତ ରାମଭକ୍ତଙ୍କୁ ଯୋଡିବା ପାଇଁ ଏକ ସେତୁ ପରି କାମ କରିବ । ଏଥି ପାଇଁ ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଯୋଡିବା ପାଇଁ ଏକ ବ୍ୟାପକ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ ଚାଲୁଅଛି । ଏହା ୧୫ ଜାନୁୟାରୀରୁ ଓଡିଶାରେ ଆରମ୍ଭ ହୋଇଛି । ଏଥିରେ ଆମେ ସମସ୍ତେ ସହଭାଗୀ ହେବା । ଶ୍ରୀରାମ ମନ୍ଦିରରୁ ରାମ ରାଜ୍ୟର ମାର୍ଗ ଏହି ଅଭିଯାନ ଦ୍ୱାରା ପ୍ରଶସ୍ତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ