ମହମ୍ମଦ ଫାରୁକ ଓ ବାସୁଦେବ ମିଶ୍ରଙ୍କ ଶ୍ରୀରାମ ମନ୍ଦିର ପାଇଁ ନିଧି ସମର୍ପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ ସାରା ଭାରତରେ ଚାଲୁଅଛି । ଭୁବନେଶ୍ୱରରେ ଏହି ଅଭିଯାନ ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହୋଇଛି । ଶ୍ରୀରାମ ଜନ୍ମଭୁମି ମନ୍ଦିର ନିଧି ସମର୍ପଣ ସମିତି,ଭୁବନେଶ୍ୱର ପକ୍ଷରୁ ଚାଲୁଥିବା ଏହି ଅଭିଯାନ ସମୟରେ ଜଣେ ମୁସଲମାନ ଭାଇ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଛନ୍ତି । ଖେମ୍‌ଜୀ ହୋଣ୍ଡା କମ୍ପାନୀରେ କାମ କରୁଥିବା ଏହି ଭାଇଙ୍କ ନାମ ହେଉଛି ମହମ୍ମଦ ଫାରକ । ସେ ନିଧି ସମର୍ପଣ କରି କହିଛନ୍ତି ଯେ, ଏହା ମୋର ସୋଭାଗ୍ୟ ଯେ,ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ନିର୍ମାଣ ହେଉଥିବା ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣକାମରେ ମୁଁ ସାମିଲ ହୋଇ ପାରିଛି । ସେହିପରି ଭୁବନେଶ୍ୱର,ଆଇଆରସି ଭିଲେଜ ଏନ୍ -୩ରେ ରହୁଥିବା ଖ୍ରୀଷ୍ଟିଆନ ବନ୍ଧୁ ବାସୁଦେବ ମିଶ୍ର ମଧ୍ୟ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଛନ୍ତି । ଭାରତ ସ୍ୱାଭିମାନ ମଂଚ,ଓଡିଶା ପ୍ରଭାରୀ ତଥା ପତଞ୍ଜଳି ଯୋଗ ସମିତି,ଓଡିଶାର ପ୍ରମୁଖ କାର୍ଯ୍ୟକର୍ତା ସୁଧାଂଶୁ ଅଧିକାରୀ ଏବଂ ତାଙ୍କର ସହଯୋଗୀ ଭାଇମାନେ ନିଧି ସମର୍ପଣ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡିଶା, ପଶ୍ଚିମବଙ୍ଗ,ଆଣ୍ଡାମାନ ନିକୋବର ପୂର୍ବକ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ଏହି ନିଧି ସମର୍ପଣ କାର୍ଯ୍ୟରେ ଉପସ୍ଥିତ ରହି ନିଧି ଗ୍ରହଣ କରିଛନ୍ତି । ପଂଜାବୀ କଲୋନୀରେ ରହୁଥିବା ହେମନ୍ତ ଜ୍ୟୋତି ମହାପାତ୍ର ତାର ପକେଟ ମନିରୁ ୩୦୦୦ ଟଙ୍କା ଦେଇଛନ୍ତି ମନ୍ଦିର ନିର୍ମାଣ ପାଇଁ । ହେମନ୍ତ ଜ୍ୟୋତିର ବୟସ ୧୨ ବର୍ଷ । ସେ ସପ୍ତମ ଶ୍ରେଣୀରେ ପଢୁଅଛି । ଅଭିଯାନର କାର୍ଯ୍ୟକର୍ତା ଯେତେବେଳେ ତାଙ୍କ ଘରେ ପହଁଚିଲେ ସେ ଜିଦ୍ ଧରିଲେ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିବାକୁ । ଛୋଟ ପିଲା ଠାରୁ ନିଧି ନେବାକୁ ଅମଙ୍ଗ ହେଉଥିବା କାର୍ଯ୍ୟକତା ଶେଷରେ ପିଲାର ସମର୍ପଣ ଭାବ ଦେଖି ତାଠାରୁ ନିଧି ସଂଗ୍ରହ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡିଶା ପୂର୍ବର ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା,ପୂର୍ବକ୍ଷେତ୍ରର କ୍ଷେତ୍ର ପ୍ରଚାରକ ପ୍ରମୁଖ ଶ୍ରୀ ପ୍ରଶନ୍ନ ମିଶ୍ର ଓ ସୁଦିପ୍ତ ରାୟ ଏହି ନିଧି ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ