ସମାଜକୁ ଭଲ ପାଇ ସେବା କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁଦାୟୀତ୍ୱ : ଡି.ପୁରନ୍ଦେଶ୍ୱରୀ
ଭୁବନେଶ୍ୱର (ୱାଇଏନ୍ଏସ୍): ଆସନ୍ତାକାଲି (ରବିବାର) ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶନିବାର ଦିନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତୃଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା ।ଆସନ୍ତା କାଲିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ଟୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।ଆଜିର ଏହି ବୈଠକକୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ଓଡିଶାବାସୀ ଭାରତୀୟ ଜନତା ପାର୍ଟୀ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ରାଜ୍ୟର ସମସ୍ତ ୩୭ ହଜାରରୁ ଉର୍ଦ୍ଧ୍ୱ ବୁଥକୁ ଯାଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାକୁ ତୃଣମୁଳ ସ୍ତରରେ ଘରେ ଘରେ ପହଂଚାଇବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।ଆମେ ସମସ୍ତେ ପାର୍ଟୀର ସାଧାରଣ କାର୍ଯ୍ୟକର୍ତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜନୀତିରେ ସେବାକୁ ହିଁ ସର୍ବଦା ମହତ୍ୱ ଦିଆଯାଇଛି । ଦଳ ନିର୍ବାଚନ ଜିତିବା ପାଇଁ ନୁହେଁ, ଦଳର ସଂଗଠନ କେବଳ କ୍ଷମତା ଦଖଲ କରିବା ପାଇଁ ନୁହେଁ ବରଂ ସମାଜକୁ ଭଲ ପାଇ ସେବା କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁଦାୟୀତ୍ୱ । କୋଟି କୋଟି ବିଜେପି କାର୍ଯ୍ୟକର୍ତାଙ୍କ ନିଷ୍ଠା ଓ ପରିଶ୍ରମ କାରଣରୁ ଭାରତୀୟ ଜନତା ପାର୍ଟୀ ଆଜି ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ମାନ୍ୟତା ପାଇଛି । ଆମ ସମସ୍ତଙ୍କୁ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟବାସୀଙ୍କ ଆହୁରି ଅଧିକ ଆସ୍ଥାଭାଜନ ହେବା ପାଇଁ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ପରାମର୍ଶ ଦେଇଛନ୍ତି ।
ଭାରତୀୟ ଜନତା ପାର୍ଟୀ ଅନ୍ୟ ରାଜନୈତିକ ଦଳଠାରୁ ସଂପୂର୍ଣ୍ଣ ଭିନ୍ନ । କୋଭିଡ୍ ମହାମାରୀ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସେବାକାର୍ଯ୍ୟ ଦ୍ୱାରା ସାଧାରଣ ଜନତାଙ୍କ ନିକଟରେ ପହଂଚିଛି । ବିଜେପି ପାର୍ଟୀର କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସର୍ବଦା ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି । ବୁଥ୍ ସ୍ତରର କାର୍ଯ୍ୟକର୍ତାଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ତଥା ସ୍ୱୟଂ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପାର୍ଟୀର ବିଚାରଧାର ପ୍ରତି ଅବଗତ ହୁଅନ୍ତି ବୋଲି ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର କହିଛନ୍ତି ।
ଆଜିର ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ପଦାଧିକାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ବୈଠକ ଆରମ୍ଭ ହେବା ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ ଓ ସୁରେଶ ପୁଜାରୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥି


