ସମାଜର ଶତବାର୍ଷିକୀ ସମାରୋହରେ କେନ୍ଦ୍ରମନ୍ତ୍ରୀ . ଧର୍ମେନ୍ଦ୍ର ପ୍ରଧାନ

ପଣ୍ଡିତ ଗୋପବନ୍ଧୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଲଢେଇ ପାଇଁ ସମାଜକୁ ଆୟୁଧ କରିଥିଲେଚା ଓଡିଶା ପୃଥିବୀର ଏକ ସମୃଦ୍ଧଶାଳୀ ଅଂଚଳ ହେଲେ ଏହା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଚା ହେବ ଉଚିତ୍‌ ଶ୍ରଦ୍ଧାଞ୍ଜଳି କଟକ, ଅକ୍ଟୋବର ୦୬ – ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ‘ସମାଜ’ ନେଉ ବୋଲି ଦୈନିକ ଓଡିଆ ସମ୍ବାଦପତ୍ର ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡିଆ ଜନଜୀବନର ଦର୍ପଣ ‘ସମାଜ’କୁ ୧୦୦ ବର୍ଷ ପୂର୍ବେ ଏକ ମହତ ଉଦ୍ଦେଶ୍ୟ ରଖି ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସ ବୋଧହୁଏ ସ୍ୱାଧୀନତା ପୂର୍ବରୁ ସାମାଜିକ ଓ ରାଜନୈତିକ ଚେତନାକୁ ଏକ ରାଷ୍ଟ୍ରୀୟ ସ୍ତରକୁ ପହଁଚାଇବାରେ ସକ୍ଷମ ହୋଇଥିଲେ । ଓଡିଶାର ମୂଳ ଆତ୍ମାକୁ ଚିହ୍ନି ଏକ ବୌଦ୍ଧିକ ଜାଗରଣ ତିଆରି କରିବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ଏବଂ ପରେ ସମାଜ ଖବର କାଗଜ ପ୍ରତିଷ୍ଠା କରିଥିଲେ । କେନ୍ଦମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ ଟିକେଟ୍‌, ଟିଭି, ଅଧିକ ସମ୍ପନ୍ନ ଓ ସଂସ୍କରଣ ଲୋକସେବକ ମଣ୍ଡଳର ଯୋଜନାରେ ଥାଇପାରେ କିନ୍ତୁ ପଣ୍ଡିତ ଗୋପବନ୍ଧୁ ଦାସ ଓଡିଆ ଲୋକଙ୍କର ଆଶା, ଆକାଂକ୍ଷାକୁ ସମାଜକୁ ଅସ୍ତ୍ର କରି ତକ୍ରାଳୀନ ବ୍ରିଟିଶ ସମ୍ରାଜ୍ୟ ବିରୁଦ୍ଧରେ ଲଢେଇ କରିବାର ଯେଉଁ ଆୟୁଧ ତିଆରି କରିଥିଲେ ତାହା ଥିଲା ସ୍ୱତନ୍ତ୍ର । ସମାଜ କେବଳ ଖବର କାଗଜ ନୁହେଁ କି ସମ୍ବାଦ ପରିବେଷଣ ସଂସ୍ଥା ନୁହେଁ, ଓଡିଆ ଜନଜୀବନର ଯେତିକି ଆସ୍ଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅଛି, ସେତେକି ଆସ୍ଥା ଓଡିଆ ଲୋକଙ୍କର ବିଶେଷ ଭାବରେ ଗରିବ ଲୋକ ତଥା ସାଧାରଣ ଲୋକଙ୍କର ସମାଜ ଉପରେ ଭରସା ଅଛି । ଓଡିଶା ଆଗାମୀ ୧୦୦ ବର୍ଷରେ ପୃଥିବୀର ଏକ ଶକ୍ତିଶାଳୀ ଅଂଚଳ ହେବ । ଏହି ଦମ୍ଭ ସହ ସମାଜ ଏହାର ନେତୃତ୍ୱ ନେଉ । ଯେପରି ସମାଜର ୨୦୦ ବର୍ଷ ପୂରଣ ସମୟରେ ଓଡିଶା ପୃଥିବୀର ଏକ ସମୃଦ୍ଧଶାଳୀ ଅଂଚଳ ହେବ ଏବଂ ସେତେବେଳେ ଏହା ହିଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଉଚିତ୍‌ ଶ୍ରଦ୍ଧାଞ୍ଜଳି ହେବ । ଓଡିଶା ଆଗକୁ ଗଲେ ଗୋପବନ୍ଧୁଙ୍କ ପ୍ରତିଜ୍ଞା ପୂରଣ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ