ମାଁ ଭଗବତୀଙ୍କ ସିଂହବାହିନୀ ବେଶକୁ ଦର୍ଶନ ପାଇଁ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ
କୋଣାର୍କ,(ଯୁଗାବ୍ଦ ନ୍ୟୁଜ୍): କୋଣାର୍କ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଭଗବତୀଙ୍କର ମହାଅଷ୍ଟମୀରେ ମା ଭଗବତୀଙ୍କର ସିଂହବାହିନୀ ବେଶକୁ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସକାଳୁ ସକାଳୁ ମାଙ୍କ ପୀଠରେ ମାଁଙ୍କ ଦର୍ଶନ କରି କୃପା ଲାଭ କରିବା ନିମନ୍ତେ ଭକ୍ତଙ୍କ ସମାଗମ ହୋଇଛି । କିଛି ପୂଜକ ନିକଟରେ ରହି ମାଁଙ୍କ ମାଜଣା କରି ମାଁ ଙ୍କୁ ଭୋଗ କରିଥାନ୍ତି । ଲୋକ ମାନଙ୍କର ବିଶ୍ୱାସ ରହିଛି ମାଁ ଙ୍କୁ ଦର୍ଶନ କରି ଆଶ୍ରୀବାଦ ଭିକ୍ଷା କଲେ ମା ସନ୍ତସ୍ୱ୍ମୃ ହୋଇ ବରଦାନ କରନ୍ତି ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି ।ସକାଳୁ ଆରମ୍ଭ କରି ସଂନ୍ଧ୍ୟା ପଯ୍ୟଁନ୍ତ ରୀତିନୀତି ଅନୁଯାୟୀ ମାଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଶାନ୍ତି ଶୃଙ୍ଗଳା କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ତରଫରୁ ସୁବ୍ୟବସ୍ଥା କରାଯାଇଛି । ମାଁଙ୍କ ପୂଜା ବିଧି ରିତି ନୀତି କୁ ମାଧିପୁର ଗ୍ରାମର ଦିନବନ୍ଧୁ ପାଢୀ ପରିଚାଳନା କରିଥିଲେ ।


