ସମାଜସେବୀ ପ୍ରତାପ ସାହୁଙ୍କ ନିଆରା ସେବା;ଦଶମ ଓ ଦ୍ୱାଦଶ ବିଦ୍ୟାଳକୁ କଲେ ସାନିଟାଇଜ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ଯୋଗୁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ସମସ୍ତ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ମହାମାରୀ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ବିପଦ ଦୂର ହୋଇନାହିଁ । ଦୀର୍ଘଦିନ ଧରି ସ୍କୁଲ୍ ଓ କଲେଜ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀଙ୍କ ପାଢପଠା ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇଦିନ ପୂର୍ବରୁ ଦଶମ ଓ ଦ୍ୱାଦଶ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ବିଦ୍ୟାଳୟଗୁଡ଼ିକ ଖୋଲିବାରୁ ଛାତ୍ରଛାତ୍ରୀମାନଙ୍କୁ କରୋନାରୁ ଦୂରେଇ ରଖିବା ପାଇଁ ସମାଜସେବୀ ପ୍ରତାପ ସାହୁ ଏକ ନିଆରା ସେବା ଆରମ୍ଭ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ବିଦ୍ୟାଳୟକୁ ମାଗଣାରେ ସାନିଟାଇଜ କରିବା ସହିତ ବିଦ୍ୟାଳୟର ଚତଃପାଶ୍ୱର୍କୁ ମଧ୍ୟ ସାନିଟାଇଜ କରି, ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଦୁରତା ରକ୍ଷା କରିବା, ମାସ୍କ ପିନ୍ଧିବା ଆଦି ବିଷୟରେ ବୁଝାଇଥିଲେ । ପ୍ରତାପଙ୍କ ଏହି ପ୍ରୟାସକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ସାଧୁବାଦ ଜଣାଇଥିଲେ ।ମହାମାରୀ କରୋନା ଓଡ଼ିଶାରେ ମାର୍ଚ୍ଚ ମାସରେ ପ୍ରବେଶ କରିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଶ୍ରୀଯୁକ୍ତ ସାହୁ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ, ସର୍ଫଗୁଣ୍ଡ ପ୍ରଦାନ କରିବା ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍‌, ବସ୍‌ଷ୍ଟାଣ୍ଡ, କଣ୍ଟେନମେଣ୍ଟ ଜୋନ ଓ ଗାଁ ଗହଳିକୁ ସାନିଟାଇଜ କରିବା ସହିତ ମହାମାରୀ କରୋନା ସମୟରେ ରାଜଧାନୀରେ ଅସହାୟ ଭାବେ ବସବାସ କରୁଥିବା ଗରିବ ନିରୀହ ଲୋକମାନଙ୍କୁ ଚିକେନ, ମାଛ, ଅଣ୍ଡା, ଚିଙ୍ଗୁଡ଼ି ଓ ସାଧା ଡ଼ାଲମା ଆଦି ଖାଦ୍ୟ ପ୍ରସ୍ତୁତ କରି ପ୍ରଦାନ କରିଆସୁଥିଲେ । ଏତଦ୍‌ବ୍ୟତୀତ ନିରାଶ୍ରୟ ଲୋକମାନଙ୍କୁ ଲୁଙ୍ଗି, ଗାମୁଛା, ମହିଳାମାନଙ୍କୁ ଶାଢୀ, ସାୟା ଓ ପିଲାମାନଙ୍କୁ ନୂତନ ପୋଷାକ ପ୍ରଦାନ କରିବା ସହ ଭିଡ଼ାମିନ୍‌-ସି ଟାବଲେଟ, ହର୍ଲିକ୍ସ, ଚାବନପ୍ରାସ, ଚା, କଫି ଆଦି ପ୍ରଦାନ କରିଥିବାର ନିଜର ରହିଛି । କରୋନା ସମୟରେ ନିଜ ଦେହ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ ଅସୁସ୍ଥତାକୁ ଖାତିର ନକରି ଲୋକମାନଙ୍କ ସେବାରେ ନିଜକୁ ଏଭଳି ଭାବରେ ନିୟୋଜିତ କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକଙ୍କ ମହଲରୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ