ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିର ସଭାପତି ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ପ୍ରଧାନ ପ୍ରଜାସୋସାଲିଷ୍ଟ ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରି ଏକାଧିକ ବାର କାଉପଡା ପଞ୍ଚାୟତର ସରପଞ୍ଚ, ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହେବା ସହିତ ଡେରାବିଶ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ମହିଳାମାନଙ୍କ ଶିକ୍ଷାର ବିକାଶ ପାଇଁ ବାଳିକା ହାଇସ୍କୁଲ, ଡେରାବିଶ କଲେଜ ପ୍ରତିଷ୍ଠା, ମେଡିକାଲ ଓ ଛତାହାଟ ପ୍ରତିଷ୍ଠା କରି ଆଞ୍ଚଳିକ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ବିଭିନ୍ନ ଅନୁଷ୍ଠାନ ଯଥା ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଓ ଗୋରକ୍ଷଣୀର ସଭାପତି, କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଭାବରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସ୍ୱର୍ଗତ ବଟବାବୁଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅର୍ବାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶୀଲ କୁମାର ସାମଲ, ଫ୍ରଫୁଲ୍ଲ କୁମାର ଦାସ, ବିଧୁଭୂଷଣ ମହାପାତ୍ର, ମୁକ୍ତାର ଖାଁ, ଇଶ୍ୱର ଚନ୍ଦ୍ର ପୃଷ୍ଟି, ଚୈତନ୍ୟ ସାହୁ, ସୁଶାନ୍ତ ପାତ୍ର, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ରଘୁନାଥ ମହାନ୍ତି, ବିପିନ ବିହାରି ସାହୁ, ସତ୍ୟରଞ୍ଜନ ରାୟ, ରତିକାନ୍ତ କାନୁନଗୋ, ଦୟାନିଧି ଜେନା, କୃପାସିନ୍ଧୁ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ