ସମ୍ଭାବ୍ୟ ଅସାନି  ବାତ୍ୟାକୁ ନେଇ ପିଡି ଡିଆରଡିଏଙ୍କ ଦୁର୍ଗମାଞ୍ଚଳରେ ସଚେତନା 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସମ୍ଭାବ୍ୟ ‘ଅସାନି’ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବାକୁ ନେଇ ପାଣିପାଗ ବିଭାଗ ଦ୍ବାରା ଜାରି କରାଯାଇଥିବା ପୂର୍ବାନୁମାନକୁ ଲକ୍ଷ୍ୟରେ ରଖି ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ସମ୍ଭାବ୍ୟ ବନ୍ୟା ତଥା ଭୁସ୍ଖଳନ ଅଞ୍ଚଳକୁ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ଚନ୍ଦ୍ର ନାଏକ ଗସ୍ତ କରି ସଚେତନତା କରାଉଥିବାର ଜଣାପଡିଛି । ପିଡି ଡିଆରଡିଏ ଶ୍ରୀ ନାଏକ ଏହି ପରିପ୍ରେକ୍ଷୀରେ ନୂଆଗଡ ବ୍ଲକ ପୁଟୁରୁପଡା ଗ୍ରାମପଞ୍ଚାୟତର ପାରାଜୀ ଗ୍ରାମାଞ୍ଚଳକୁ ଆଜି ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ସମ୍ଭାବ୍ୟ ବନ୍ୟା ତଥା ଭୁସ୍ଖଳନ ସମୟରେ କିପରି ନିଜ ନିଜକୁ ସୁରକ୍ଷିତ ରଖି ସୁରକ୍ଷିତ ସ୍ଥାନକୁ ଯିବେ ଏବଂ ଏଥିପାଇଁ ଜିଲ୍ଲାପ୍ରଶାସନ କି କି ବ୍ୟବସ୍ଥା କରିଛନ୍ତି ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇଥିଲେ । ଏହା ସହ ଯଦି ପ୍ରଭାବିତ ହେଲେ ପ୍ରଶାସନକୁ କିପରି ଅବଗତ କରିବେ ସେନେଇ ମଧ୍ୟ ଜନସାଧାରଣଙ୍କୁ ବୁଝାଇଥିଲେ । ସେହିପରି ପାହାଡ ଉପର ମୁଣ୍ଡରେ ଥିବା ଗ୍ରାମାଞ୍ଚଳ ଗସ୍ତ କରି ପ୍ରବଳ ବର୍ଷା କିମ୍ବା ପବନ ହେଲେ ଭୁସ୍ଖଳନ ହେବାର ଅଧିକା ସମ୍ଭାବନା ରହିଥିବାରୁ ଧନ ଜୀବନ କ୍ଷତି ହେବାର ଆଶଙ୍କା ରହିଛି । ତେଣୁ ଗ୍ରାମବାସୀ ପ୍ରଶାସନ ଦ୍ବାରା ବ୍ୟବସ୍ଥା କରାଯାଇଥିବା ତଳି ଅଞ୍ଚଳକୁ ଚାଲିଯିବାପାଇଁ ପରାମର୍ଶ ଦେଇଥିଲେ । ପିଡିଙ୍କ ଏହି ଗସ୍ତସମୟରେ ସମ୍ପୃକ୍ତ ପଞ୍ଚାୟତର ଜନପ୍ରତିନିଧି, ପିଇଓ, ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ