ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସରପଞ୍ଚ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ବେହେରା ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଖବରରୁ ପ୍ରକାଶ ଯେ ଏହି ଗ୍ରାମପଞ୍ଚାୟତଟି ୧୩ଗୋଟି ଓ୍ବାର୍ଡକୁ ନେଇ ଗଠିତ। ଏହି ଗ୍ରାମପଞ୍ଚାୟତର ମତଦାତା ସଂଖ୍ୟା ପ୍ରାୟ ୩୦୦୦. ଆସନ୍ତା ୨୪ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ। ଚଳିତ ଗ୍ରାମ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସରପଞ୍ଚ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ନିଷ୍ଠାପର ପରୋପକାର ଭାବନା ସେବା କରିବାର ଦୃଢ଼ ସଂକଳ୍ପ ଯୋଗୁଁ ପ୍ରାର୍ଥୀ ଦ୍ବୟଙ୍କ ପ୍ରତି ଅକୁଣ୍ଠ ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏହି ଗ୍ରାମପଞ୍ଚାୟତକୁ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନର ଅନ୍ତ ଘଟାଇ ଏକ ଆଦର୍ଶ କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ଗଠନର ବାର୍ତ୍ତା ନେଇ ଭୋଟର ମାନଙ୍କୁ ସେବା କରିବା ପାଇଁ ଆର୍ଶୀବାଦ ପ୍ରଦାନ ପାଇଁ ସରପଞ୍ଚ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ଜେନା(ଟୁକୁନା) ଙ୍କୁ ଖୋଲାବହି ଚିହ୍ନରେ ଓ ସମିତି ସଭ୍ୟା ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ବେହେରା ଙ୍କୁ ଟୁଲୁ ଚିହ୍ନରେ ମୋହର ମାରି ମତଦାତା ମାନଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ