ସରସଦା ପଞ୍ଚାୟତରେ ଆବାସ ଯୋଜନା ସମୀକ୍ଷା ବୈଠକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ମଣିକାଞ୍ଚନ ସେନାପତିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ବିଜୟ କୁମାର ସାହୁ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ଗୃହ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏସଏଚଜି ମହିଳା ମାନଙ୍କୁ ସେଥିରେ କେଉଁଭଳି ଭାବେ ନିୟୋଜିତ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହାଛଡା ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଆଧାରରେ ପାଇଖାନା ନିର୍ମାଣ କାର୍ଯ୍ୟକୁ ନେଇ ବୈଠକରେ ଆଲୋକପାତ କରାଯାଇଥିଲା । ବିଡିଓଙ୍କ ସମେତ ଗ୍ରାମ ପଞ୍ଚାୟତ ଭାରପ୍ରାପ୍ତ ଅଧିକାରୀ ମୀନକେତନ ବାରିକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ ବେହେରା, ଉଦୟନାଥ ବେଜ, ରାମଚନ୍ଦ୍ର ସେନାପତି, ପ୍ରମିଳା କୁମାରୀ ନାୟକ, ରାଜେଶ ସାମଲ, ଉପେନ୍ଦ୍ର ସେଠୀ, ଦେବେନ୍ଦ୍ର ବେହେରା, ଅଶୋକ ସ୍ୱାଇଁ ଓ ପଞ୍ଚାୟତ ଅଧିନ ସମସ୍ତ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ ।


