ସାହି ଝାମିଲାକୁ ସମାଧାନ କରିବାକୁ ଯାଇ ପୁଲିସ ନାକେଦମ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ ବିଶୋଳ ହରିଜନ ସାହିରେ ଦୀର୍ଘଦିନ ହେବ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଗାଁର ସଂକୀର୍ତ୍ତନ ଉତ୍ସବକୁ ନେଇ ପ୍ରଥମେ ବିବାଦ ଦେଖାଦେଇଥିବାବେଳେ ପରେପରେ ଏହା ଜଟିଳ ହୋଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ଆରୋପ ପ୍ରତ୍ୟାରୋପ କଥାକୁ ନେଇ ପୂର୍ବରୁ ଥାନାରେ ଦୁଇଗୋଟି ମାମଲା ମଧ୍ୟ ରୁଜୁ ହୋଇଥିଲା । କିଛିଦିନ ବ୍ୟବଧାନ ପରେ ଏକ ସୁଦ୍ଧିକ୍ରିୟା ପ୍ରସଙ୍ଗକୁ ନେଇ ସାହିରେ ପୁଣି ବିବାଦ ମୁଣ୍ଡ ଟେକିଛି । ସୁଧିକ୍ରିୟା ଠିକ ହୋଇନଥିବା ଦର୍ଶାଇ ଗୋଟିଏ ଗୋଷ୍ଠୀ ଅପରଗୋଷ୍ଠୀକୁ କିର୍ତ୍ତନ ମଣ୍ଡପକୁ ଆସିବା ପାଇଁ ବାରଣ କରିଥିଲା । ଅପରପକ୍ଷ ଏହାକୁ ନେଇ ଫାଣ୍ଡିରେ ଦ୍ୱାରସ୍ଥ ହେବାପରେ ଫାଣ୍ଡି ପକ୍ଷରୁ ଗାଁକୁ ପୋଲିସ ଆସି ଘଟଣାର ସମାଧାନ ପାଇଁ ଚେଷ୍ଟା କରିଥିଲା । ଘଟଣାର ସମାଧାନ ପାଇଁ ପୁଲିସ ଏକ ପାଖିଆ ସମର୍ଥନ କରୁଥିବା ଅଭିଯୋଗ କରି ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଭଣ୍ଡାରିପୋଖରୀ ଥାନାର ସହକାରୀ ଅଧିକାରୀ ଅନୁରାଗ ମହାନ୍ତି ଓ ଥାନା କର୍ମଚାରୀମାନେ ତତକ୍ଷଣାତ ବିଶୋଳ ଜେନା ସାହିରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ଦୁଇଘଣ୍ଟା ଧରି ପୁଲିସ ଓ ସାହି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା । ପରେ ଶ୍ରୀ ମହାନ୍ତି ଦୁଇଘଣ୍ଟା ଧରି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ଆଡକୁ ଆସିବାରୁ ଆସନ୍ତା ୭ତାରିଖ ଦିନ ସମସ୍ତ କଥା ବୁଝାଯିବ ବୋଲି କହିଥିଲେ । ଏହାପରେ ଦୁଇପକ୍ଷ ରାଜି ହେବାରୁ ସାହିରେ ସ୍ୱଭାବିକ ଅବସ୍ଥା ଫେରି ଆସିବା ସହ ଦୁଇଘଣ୍ଟା ଧରି ପୁଲିସ ନାକେଦମ ହେବା ଅବସ୍ଥାରୁ ମୁକୁଳିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ