ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ଶିବରାମ ଆକ୍ଵା ଗାର୍ଡ଼ ପ୍ରଦାନ କଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ଶୁଦ୍ଧ ପାଣି ଯୋଗାଇବା ନେଇ ଏକ ଆକ୍ଵା ଗାର୍ଡ଼ ପ୍ରଦାନ କରିଛନ୍ତି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ,ଭୁବନେଶ୍ବର ସ୍ଥିତ ଶ୍ରୀରାମ ପ୍ରଭାତ ଶାଖାର ସ୍ଵୟଂ ସେବକ ତଥା ଇଣ୍ଡିଆନ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ଜେନେରାଲ ମ୍ୟାନେଜର ଶିବରାମ ଆଚାରୀ ଓ ତାଙ୍କ ଧର୍ମ ପତ୍ନୀ ଉଷାରାଣୀ ଆଚାରୀ । ଶୁକ୍ରବାର ସକାଳ ପ୍ରାର୍ଥନା ସଭାରେ ଏକ ଛୋଟିଆ କାର୍ଯ୍ୟକ୍ରମରେ ଶ୍ରୀଆଚାରୀ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଆଚାରୀ କହିଛନ୍ତି ଯେ, ସେମାନେ ଦୁହେଁ ସ୍ଵୟଂ ସେବକ ହୋଇଥିବାରୁ ଏକ ସୁନ୍ଦର ରାଷ୍ଟ୍ର ଗଠନ ତାଙ୍କର ମୂଳ ଲକ୍ଷ ରହିଛି, ଏହି ଶିଶୁ ବିଦ୍ୟା ମନ୍ଦିର ରେ ପଢୁଥିବା ଛୋଟ ଛୋଟ ଶିଶୁ ଆଗାମୀ ରାଷ୍ଟ୍ର ଗଠନର ସାରଥି ସାଜିବେ, ଏଣୁ ଏହି ଗାଁ ଆମ ପରିବାର ଏହି ବିଦ୍ୟାମନ୍ଦିର ମୋ ଘର ଏଠାରେ ପଢୁଥିବା ସମସ୍ତ ଶିଶୁ ମୋର ଆମ ପରିବାରର ଏମାନଙ୍କ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ଵ ଏଣୁ ମୋ ପିଲା ମାନଙ୍କୁ ଶୁଦ୍ଧ ପାଣି ଟୋପାଏ ଦେବା ପାଇଁ ଏହି ଆକ୍ଵା ଗାର୍ଡ଼ଟି ପ୍ରଦାନ କରିଛି ବୋଲି ଶ୍ରୀ ଆଚାରୀ ପ୍ରକାଶ କରିଛନ୍ତି । ଏହି ବିଦ୍ୟାମନ୍ଦିର ରେ ପଢୁଥିବା ଏକ ହଜାର ଶିଶୁ ଏହାର ଲାଭ ଉଠାଇବେ ଏହା ମୋର ଲକ୍ଷ୍ୟ । ଏହି ଆକ୍ଵା ଗାର୍ଡ଼ ପ୍ରଦାନ କାର୍ଯ୍ୟକ୍ରମରେ ଶିବରାମ ଆଚାରୀ ଙ୍କ ସାନ ଭାଇ ପଞ୍ଚାନନ ଆଚାରୀ, ଗୀତାଞ୍ଜଳି ଆଚାରୀ,ଗୌରୀ ଶଙ୍କର ଆଚାରୀ ,ମାହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ମାଲିକ ସୀତାରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗୁରୁମା ମମତା ମହାରଣା ସମସ୍ତ ଅତିଥିଙ୍କ ପରିଚୟ କରିବା ସହ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରତି ଆଚାରୀ ପରିବାର ର ସହଯୋଗ ରହିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ