ସରସ୍ୱତୀ ବିଦ୍ୟା ମନ୍ଦିରର ଶତପ୍ରତିଶତ ସଫଳତା: ସୁମିତ୍ରା ସ୍କୁଲ ଟପ୍ପର୍
ଆସିକା (ୱାଇଏନ୍ଏସ୍): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସିକା ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରି ବିଗତ ୨୨ବର୍ଷର ରେକର୍ଡ ବଜାୟ ରଖିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଚଳିତବର୍ଷ ଆସିକା ସରସ୍ୱତୀ ବିଦ୍ୟା ମନ୍ଦିରର ସମୁଦାୟ ୯୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାର୍ଥୀ ମଧ୍ୟରୁ ଏ-ୱାନ୍ ଗ୍ରେଡ୍ରେ ୭ ଜଣ, ଏ-ଟୁ ଗ୍ରେଡ୍ରେ ୧୭ ଜଣ, ବି-ୱାନ୍ ଗ୍ରେଡ୍ରେ ୩୧ ଜଣ, ବି-ଟୁ ଗ୍ରେଡ୍ରେ ୨୭ ଜଣ, ସି-ଗ୍ରେଡ୍ରେ ୬ ଜଣ ଓ ଡି- ଗ୍ରେଡ୍ରେ ୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିରର ମେଧାବୀ ବିଦ୍ୟାର୍ଥୀ ସୁମିତ୍ରା ବେହେରା ୯୩.୩୩ ପ୍ରତିଶତ ମାର୍କ ରଖି ଏ-ୱାନ୍ ଗ୍ରେଡ୍ ହାସଲ କରି ସ୍କୁଲ ଟପର ହୋଇଥିଲା ବେଳେ ମେଧାବୀ ଛାତ୍ର ଜିଗ୍ନେଶ୍ ପାଢୀ ୯୧.୧୭ ପ୍ରତିଶତ ମାର୍କ ରଖି ଦ୍ୱିତୀୟ, ମେଧାବୀ ବିଦ୍ୟାର୍ଥୀ ପାୟଲ୍ ଗୌଡ ୯୦.୬୭ ପ୍ରତିଶତ ମାର୍କ ରଖି ତୃତୀୟ, ବିଦ୍ୟାର୍ଥୀ ପ୍ରତ୍ୟୁଷ ରଂଜନ ଜେନା ଓ ଲକ୍ଷ୍ମୀପ୍ରିୟା ମହାରଣା ଏବଂ ଅନୁଷ୍କା ଖଣ୍ଡୁଆଳ ଓ ସ୍ନେହାରାଣୀ ମିଶ୍ର ସାମୂହିକ ଭାବେ ୯୦ ପ୍ରତିଶତ ମାର୍କ ରଖି ଏ-ୱାନ୍ ଗ୍ରେଡ୍ରେ ସଫଳତା ହାସଲ କରିଥିବା ଜଣାପଡିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିରର ପରୀକ୍ଷାର୍ଥୀ ମାନଙ୍କ ଏହି ସଫଳତା ପାଇଁ ପରିଚାଳନା କମିଟି ସଭାପତି ଡଃ ବିନୋଦ ଚନ୍ଦ୍ର ଦାଶ, ଉପ-ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ସଂପାଦକ ପ୍ରତାପ କୁମାର ମହାପାତ୍ର, ସହସମ୍ପାଦକ ପି. ନାଗେଶ୍ୱର ପାତ୍ର, କୋଷାଧ୍ୟକ୍ଷ ଦଣ୍ଡପାଣୀ ବେହେରା, ସଦସ୍ୟ ଶ୍ରୀମତୀ ଜଲୀ ମହପାତ୍ର ଓ ଶ୍ରୀମତୀ ଶ୍ରାବଣୀ ମହାରଣା, ଉପଦେଷ୍ଟା କେ.ଦୁର୍ଗାପ୍ରସାଦ ଆଚାରୀ, ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡ, ସରସ୍ୱତୀ ବିଦ୍ୟାମନ୍ଦିର ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ସାବତ, ଗୁରୁଜୀ ପ୍ରବାସ କୁମାର ସାହୁ, ରବିନ୍ଦ୍ର କୁମାର ସାହୁ, ଦାଶରଥୀ ମହାପାତ୍ର, ଜଟାଧାରୀ ମହାନ୍ତି, ମୃତ୍ୟୁଞ୍ଜୟ ପାଢୀ, କାହ୍ନୁଚରଣ ମହାନ୍ତି, ସୁଚିତ୍ରା ମହାପାତ୍ର, ସସ୍ମିତା ହୋତା, ପନିତା ସ୍ୱାମୀ, କୃତିବାସ ମହାପାତ୍ର, ସରୋଜ କୁମାର ସ୍ୱାଇଁ, ଗୀତାଞ୍ଜଳୀ ସାବତ, ସନ୍ତୋଷ କୁମାର ସ୍ୱାଇଁ, ବାଇଧର ପ୍ରଧାନ, କିରଣ କୁମାର ଜେନା, ଉମାକାନ୍ତ ରଣାଙ୍କ ସମେତ ସମସ୍ତ ଗୁରୁଜୀଗୁରୁମା ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଆସିକା ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ଅଭୁତପୂର୍ବ ସଫଳତା ହାସଲ କରି ଅତୀତର ରେକର୍ଡକୁ ବଳବତ୍ତର ରଖିଥିବା ଜଣାପଡିଛି । ଆସିକା ସରସ୍ୱତୀ ବିଦ୍ୟା ମନ୍ଦିରର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଆସିକା ସରସ୍ୱତୀ ବିଦ୍ୟାମନ୍ଦିର ସ୍ତରରେ ଏ-ୱାନ୍ ଗ୍ରେଡ୍ରେ ପାସ୍ ହୋଇ ସ୍କୁଲ ସ୍ତରରେ ଟପ୍ପର ହୋଇଥିବା ମେଧାବୀ ବିଦ୍ୟାର୍ଥୀ ସୁମିତ୍ରା ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଥିଲା ବେଳେ ସେ ଭବିଷ୍ୟତରେ ଭଲ ପାଠ ପଢି ଭଲ ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ସ୍କୁଲ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ସୁମିତ୍ରା ବେହେରା ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କର୍ପୂରନୁଆଗାଁ ଗ୍ରାମର ଜଣାଶୁଣା ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା ଓ ଗୃହିଣୀ ବବି ବେହେରାଙ୍କ ସୁପୁତ୍ରୀ ଅଟନ୍ତି। (


