ସର୍ପାଘାତରେ ଯୁବକଙ୍କ ମୃତୁ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମୃତୁ୍ୟ ବି ଏପରି ଆସେ, ଦୁଇ ବୁଢ଼ାବୁଢ଼ୀଙ୍କ ଝଗଡାର ସମାଧାନ ପାଇଁ ଯାଇଥିବା ଯୁବକର ସର୍ପାଘାତରେ ମୃତୁ୍ୟ ଘଟିଛି । ଏପରି ଏକ ଘଟଣା ଘଟିଛି ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଚଷାଖଣ୍ଡ ଗ୍ରାମରେ । ସୁଚନାରୁ ଜଣାଯାଇଛି ଯେ ଗାଁ ମୁଣ୍ଡରେ ଏକ ଛୋଟ ପଲ୍ଲୀଘର କରି ରହୁଥିବା ଦୁଇଜଣ ବୁଢ଼ାବୁଢ଼ୀଙ୍କ ଘରେ କୌଣସି କାରଣରୁ ଝଗଡା ଲାଗିଥିଲେ । ଏନେଇ ଗ୍ରାମର ଗଜେନ୍ଦ୍ର ପେରେଇଙ୍କ ପୁଅ ସୁବାସ ପେରେଇ(୨୮) ତାଙ୍କ ଘରକୁ ବୁଝାସୁଝା କରିବାକୁ ଯାଇ ତାଙ୍କ ଘରେ ଏକ ଖଟ ଉପରେ ତଳକୁ ଗୋଡ ଦେଇ ବସିଥିବା ବେଳେ ହଠାତ ଏକ ସାପ ତାଙ୍କ ଗୋଡକୁ କାମୁଡି ଦେଇ ଖଟ ତଳେଥିବା ଏକ ଗାତକୁ ପଳାଇଥିଲା । ଯାହାକି ସୁବାସଦେଖିପାରିଥିଲା । ସେ ସଙ୍ଗେ ସଙ୍ଗେ ।ସପ କାମୁଡିଦେଲା ବୋଲି କହି ନିଜ ପରିବାର ଲୋକଙ୍କ ସହ ଶାଳଣିଆଁ ଡାକ୍ତରଖାନାକୁ ଯାଇଥିଲେ । ମାତ୍ର ଶାଳଣିଆଁ ଡାକ୍ତରଖାନାରେ କୌଣସି ଡାକ୍ତର ନଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାିଥିଲା । ସେଠାରେ ଚିକିତ୍ସାଧିନ ଅବସ୍ତାରେ ଆଜି ମୃତୁ୍ୟ ଘଟିଥିଲା । ଆଜି ଅପରାହ୍ନରେ ସୁବାସଙ୍କ ମରଶରୀର ଭଦ୍ରକ ଡାକ୍ତରଖାନାରୁ ପୋଷ୍ଟମଟମ ହୋଇ ଆସିବାପରେ ଗାଁରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏଥିରେ ଡଅଁର ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକାକୁଳ ପରିବାରକୁ ସାନ୍ତନ୍ୱା ଦେଉଥିବା ଦେଖିବାକୁ ମିଳିଥିଲା ।


