ସର୍ବଫର ପିପୁଲ ସଂଗଠନ ସମ୍ବର୍ଦ୍ଧିତ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ନିସ୍ୱାର୍ଥପର ସେବା ସହିତ ଅସହାୟ ଗରିବ ଲୋକମାନଙ୍କୁ ଚିକିତ୍ସା ଯୋଗାଇ ଦେବାର ଲକ୍ଷ ରଖି ଆଗକୁ ଅଗ୍ରସର ହେଉଥିବା ‘ସର୍ବ ଫର ପିପୁଲ’ ସ୍ୱେଚ୍ଛାସବୀ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଛି । ମୁମ୍ବାଇ କ୍ୟାଡରର ଅବସରପ୍ରାପ୍ତ ଆଇ.ପି.ଏସ. ଅଫିସର ଅରୁପ ପଟ୍ଟନାୟକଙ୍କ ମୁମ୍ବାଇସ୍ଥିତ କୋଣାର୍କ କ୍ୟାନସର ଫାଉଣ୍ଡେସନ ତରଫରୁ ସର୍ବଫର ପିପୁଲର ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସର୍ବଫର ପିପୁଲର ବରିଷ୍ଠ ସଦସ୍ୟ ସୌମ୍ୟ ରଞ୍ଜନ ସାମଲ, ତାପସ ରାଉତ, ସତ୍ୟବ୍ରତ , ଜୟନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନମାନଙ୍କରେ କ୍ୟାନସର ରୋଗୀ ମାନଙ୍କର କିପରି ସେବା ଓ ସହଯୋଗ ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ସବିଶେଷ କୋଣାର୍କ କ୍ୟାନସର ଫାଉଣ୍ଡେସନର ପ୍ରତିଷ୍ଠାତା ଅରୁପ ପଟଟନାୟକଙ୍କ ସହ ଆଲୋଚନା କରିଥିଲେ । ଆଗାମି ଦିନ ମାନଙ୍କରେ ସର୍ବଫର ପିପୁଲ କ୍ୟାନସର ରୋଗୀ ମାନଙ୍କୁ ସହଯୋଗର ହାତ ବଢ଼ାଇବ ବୋଲି ପ୍ରତିଶୃତି ବଦ୍ଧ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ