ସର୍ବଶିକ୍ଷା ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ, ପରୀକ୍ଷା ବାତିଲ ପରେ ବାତିଲ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ଯେତେ ପ୍ରକାର ଚେଷ୍ଟା କରିଚାଲିଥିଲେବି ବାସ୍ତବ କ୍ଷେତ୍ରରେ ତାହା ପ୍ରତିଫଳିତ ହୋଇପାରୁନି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚଳିତ ପ୍ରଥମ ସମାପ୍ତି ସୁଚକ ଆକଳନ କ୍ଷେତ୍ରରେ । ସର୍ବଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ସମାପ୍ତି ସୁଚକ ଆକଳନ ପରୀକ୍ଷା କରିବାକୁ ୨୮/୧୦/୨୦୧୯ ରୁ ୨/୧୧/୨୦୧୯ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଏନେଇ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ସୁଚନା ଦେଇଥିଲେ । କିନ୍ତୁ ପରମୁହୁର୍ତ୍ତରେ ଏହାକୁ ଘୁଞ୍ଚାଇ ୨୯ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ୨୯ତାରିଖ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିବା ବେଳକୁ ତାହା ପୁନର୍ବାର ୧ତାରିଖକୁ ଘୁଞ୍ଚାଯାଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କିନ୍ତୁ ଘଟଣା ସମ୍ପର୍କରେ ବୁଝିବାରୁ ପ୍ରଥମରୁ ୮ମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫୩ ପ୍ରକାର ପ୍ରଶ୍ନପତ୍ର ଆସିବାକୁ ଥିବାସ୍ଥଳେ ମାତ୍ର ୩୧ପ୍ରକାର ପ୍ରଶ୍ନପତ୍ର ଆସିଛି । ସେଥିପାଇଁ କର୍ତ୍ତୁପକ୍ଷ ବାଧ୍ୟ ହୋଇ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି । ଗଣଶିକ୍ଷା ବିଭାଗର ଏପରି ଦୁରଦର୍ଶିତା ଅଭାବକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମରୁ ଯଦି ଏପରି ଅବ୍ୟବସ୍ଥା ଲାଗି ରୁହେ ତେବେ ପରବର୍ତ୍ତୀ ସମୟକୁ କିପରି ପରୀକ୍ଷା କରାଯିବ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ