ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସ.ଓପି ଜାରି

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ “ସାଂସ୍କୃତିକ ସମାରୋହ ଏବଂ କାର୍ଯ୍ୟକ୍ରମ” ଆୟୋଜନ ଲାଗି ବିସ୍ତୃତ ଏସ.ଓପି ଜାରି କରାଯାଇଛି । ଏହି ଏସଓପି ପାଳନ ସମୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ । ଏସବୁ ଗାଇଡଲାଇନରେ ସାଧାରଣ ମାନକ ପଦ୍ଧତି (ଏସ.ଓ.ପି) ରହିଛି ଯାହାକୁ ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀର ପରିଚାଳକ, ମନୋରଞ୍ଜନ/ସୃଜନଶୀଳ ସଂସ୍ଥା, କଳାକାର ଏବଂ ଅନ୍ୟ ସଦସ୍ୟମାନେ ପାଳନ କରିବେ । ଏମାନେ ଦେୟଯୁକ୍ତ କିମ୍ବା ମାଗଣାରେ କୌଣସି ସଭାମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା/ନିବୁଜ ପ୍ରଦର୍ଶନସ୍ଥଳୀ ଅକ୍ତିଆର କରିବା ସମୟରେ ଏହି ଏସ.ଓ.ପି ପାଳନ କରିବେ.। କଳାକାର ଏବଂ ଅନ୍ୟ ସଦସ୍ୟ, ଗ୍ରୀନ ରୁମ ପରିଚାଳନା କର୍ତ୍ତୃପକ୍ଷ, ମଞ୍ଚ ପରିଚାଳନା କର୍ତ୍ତୃପକ୍ଷ, କଷ୍ଟ୍ୟୁମ ଓ ମେକଅପ ଟ୍ରାଏଲ ମଞ୍ଚ, ମୁକ୍ତ ବସିବା ସ୍ଥାନ ଆଦି ସମେତ ସମାରୋହ ସ୍ଥଳୀର ସାନିଟାଇଜେସନ ପାଇଁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି.। କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ ମାର୍ଗଦର୍ଶିକା ଏବଂ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାର ଆଦିଙ୍କ ପକ୍ଷରୁ ଲାଗୁ ଗାଇଡ ଲାଇନକୁ ସମସ୍ତ କାର୍ଯ୍ୟକଳାପ ଓ ପରିଚାଳନା ସମୟରେ କଡ଼ାକଡ଼ି ଭାବେ ପାଳନ କରାଯିବ। ଏସବୁ ଗାଇଡଲାଇନ ତୁରନ୍ତ ଲାଗୁ କରାଯିବ ଏବଂ ଅନ୍ୟାଦେଶ ନଆସିବା ପର୍ଯ୍ୟନ୍ତ ଜାରି ରହିବ । “କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପଦକ୍ଷେପ ସହିତ ‘ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ’ ଆୟୋଜନ ପାଇଁ ଏସ.ଓ.ପି ନିମନ୍ତେ ଦୟାକରି ଏଠାରେ କ୍ଲିକ କରନ୍ତୁ”
କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ସାଂସ୍କୃତିକ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି । ତେବେ, ସାଂସ୍କୃତିକ କାର୍ଯ୍ୟକଳାପ ଏବେ ଧୀରେ ଧୀରେ ପୁଣିଥରେ ଆରମ୍ଭ ହେଉଛି । ତେଣୁ ସାଂସ୍କୃତିକ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଓ ଏଜେନ୍ସି, ସମେତ ଏପରି ସେବାର ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏପରି ସାଂସ୍କୃତିକ କାର୍ଯ୍ୟକଳାପ ପୁଣିଥରେ ଆରମ୍ଭ କରିବା ନିମନ୍ତେ ବିସ୍ତୃତ ଗାଇଡଲାଇନ ଜାରି କରିବା ଜରୁରି ।
ବିଭିନ୍ନ ସମୟରେ ଅନଲକ ଗାଇଡଲାଇନଗୁଡ଼ିକ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଉଛି ଏବଂ ଏହା ସମସ୍ତ କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାନରେ ଲାଗୁ ହେଉଛି । ତେବେ ଏହାକୁ ଲାଗୁ କରିବା ସମୟରେ ସମ୍ପୃକ୍ତ ସହର/ରାଜ୍ୟରେ କଣ୍ଟେନମେଣ୍ଟ ଜୋନ ସଂକ୍ରାନ୍ତରେ ଜାରି ବିଜ୍ଞପ୍ତିର ସର୍ତ୍ତାବଳୀ ପ୍ରତି ଧ୍ୟାନ ଦିଆଯାଉଛି । ସାମାଜିକ/ଶିକ୍ଷାଗତ/କ୍ରୀଡ଼ା/ମନୋରଞ୍ଜନ/ସାଂସ୍କୃତିକ/କ୍ରୀଡ଼ା ଏବଂ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ସମାରୋହ ପାଇଁ କଣ୍ଟେନମେଣ୍ଟ ଜୋନ ବାହାରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଲାଗି ଅନୁମତି ଦିଆଯାଇଛି ଯାହାକି ୨୧ ସେପ୍ଟେମ୍ବର, ୨୦୨୦ରୁ ଲାଗୁ ହୋଇଛି । ତେବେ ଏହି ଜନସମାବେଶ ସମୟରେ ସମସ୍ତ କୋଭିଡ- ୧୯ ନିୟମ ଯେପରିକି ସାମାଜିକ ଦୂରତା, ସାନିଟାଇଜେସନ ଆଦି ପାଳନ କରିବାର ସର୍ତ୍ତ ରହିଛି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ ଗାଇଡଲାଇନ ୫.୦ ସେପ୍ଟେମ୍ବର ୩୦,୨୦୨୦ରେ ଜାରି କରାଯାଇଛି  | ଏବଂ ଏହା ବର୍ତ୍ତମାନ ଲାଗୁ ହୋଇଛି । ଏସବୁ ଗାଇଡଲାଇନର ଉପଯୁକ୍ତ ଅଂଶ ଯାହାକି ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ପ୍ରଯୁଜ୍ୟ [ପାରା 1(vii)] ନିମ୍ନରେ ପୁନଃ ଉପସ୍ଥାପନ କରାଗଲା-
“କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ/ ଶିକ୍ଷାଗତ/ କ୍ରୀଡ଼ା/ ମନୋରଞ୍ଜନ/ ସାଂସ୍କୃତିକ/ ଧାର୍ମିକ/ ରାଜନୈତିକ ସମାରୋହ ଏବଂ ଅନ୍ୟାନ୍ୟ ଜନସମାବେଶ ଲାଗି ୧୦୦ ଜଣ ପର୍ଯ୍ୟନ୍ତ ଲୋକ ଏକତ୍ରିତ ହେବାର ସୀମା ସହିତ ପୂର୍ବରୁ ଅନୁମତି ମିଳିଛି । କଣ୍ଟେନମେଣ୍ଟ ଜୋନ ବାହାରେ, ଏପରି ସମାବେଶ ପାଇଁ ୧୦୦ ରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା ଲାଗି ଅକ୍ଟୋବର ୧୫,୨୦୨୦ ପରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ଅନୁମତି ଦେଇପାରିବେ ତେବେ ଏଥିପାଇଁ ନିମ୍ନ ସର୍ତ୍ତଗୁଡ଼ିକୁ ପାଳନ କରିବାକୁ ହେବ: କ. ନିବୁଜ ସ୍ଥାନରେ, ସଭାଗୃହର ୫୦% କ୍ଷମତା ସହିତ ଜନସମାବେଶକୁ ଅନୁମତି ମିଳିବ, ଯାହାକି ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଫେସ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରିବା ଏବଂ ହାତ ସଫା ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ ହେବ । ଖ. ଖୋଲା ସ୍ଥାନରେ, ସମାବେଶ ସ୍ଥଳୀ/ପଡ଼ିଆର ଆକାରକୁ ଦୃଷ୍ଟିରେ ରଖି ତଥା ଫେସମାସ୍କ, ଥର୍ମାଲ ସ୍କାନିଂ ଏବଂ ହାତସଫା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇ ଜନ ସମାବେଶକୁ ଅନୁମତି ମିଳିଛି । ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଜନ ସମାବେଶ ନିୟନ୍ତ୍ରଣ କରିବା ଲାଗି ବିସ୍ତୃତ ଏସ.ଓ.ପି ଜାରି କରିବେ ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ