ସାଉଦି ଆରବରେ ଉତ୍କଳ ଦିବସ ପାଳନ ଅବସରରେ ,୫ ଜଣ ଓଡ଼ିଆ ଙ୍କୁ ମିଳିଲା “ଉତ୍କଳ ରତ୍ନ ‘ “ପଦ୍ମଶ୍ରୀ ଦିଲିପ ତିର୍କୀ” ହେଲେ ବ୍ରାଣ୍ଡ ଅମ୍ବାସଡର
ଗଞ୍ଜାମ, (ବିନୋଦ ପଲାଇ):ସାଉଦି ଆରବରେ ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ “ଉତ୍କଳିକା ତରଫରୁ, ୮୮ତମ ଉତ୍କଳ ଦିବସ ଏବଂ ନିଜର ୧୪ ତମ ବାର୍ଷିକ ଉତ୍ସବ ଧୁମ୍ ଧାମ ରେ ପାଳନ କରିଛନ୍ତି। ଏହି ଅବସରରେ “ପଦ୍ମଶ୍ରୀ ଦିଲିପ” ତିର୍କୀ ଉତ୍କଳିକା ର ବ୍ରାଣ୍ଡ ଆମ୍ବାସଡର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଯାହାକି ସାଉଦି ଆରବରେ ଥିବା ପ୍ରତେକ ଓଡିଆଙ୍କ ପାଇଁ ଗର୍ବର ବିଷୟ। ଏଥିସହିତ ଉତ୍ସବରେ ୫ ଜଣ ଓଡ଼ିଆଙ୍କୁ ସାଉଦି ଆରବରେ ଉତ୍କଳିକା ତରଫରୁ ସର୍ବୋଚ୍ଚ ଓଡ଼ିଆ ସନ୍ନମାନ “ଉତ୍କଳ ରତ୍ନ” ସନ୍ନମାନ ରେ ସନ୍ନମାନିତ କରାଯାଇଛି। ଏଥି ମଧ୍ୟରେ ରହିଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଚଳଚ୍ଚିତ୍ର ନିର୍ମାତା ସ୍ନେହାସିଶ୍ ଦାସ, ଏବଂ ଏକ ଟଙ୍କିଆ ଡାକ୍ତର ଡ. ଶଙ୍କର ରାମ ଚନ୍ଦାନି, କାର୍ଯ୍ୟକ୍ରମ ରେ ୩00 ଓଡିଆ ପରିବାର ସମେତ 860 ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ, ଏହି ଅବସରରେ ଆରବ ଦେଶର ବିଶିଷ୍ଟ ଶିଳ୍ପପତି ଦେବ ଲୋକନାଥ ମହାନ୍ତି ଉତ୍କଳିକା କୁ ଭିଡିଓ ମାଧ୍ୟମର ଶୁଭେଛା ବାର୍ତ୍ତା ଜଣାଇଥିଲେ। ଉତ୍କଳିକା ର ଚିପ୍ କୋଡ଼ିନେଟର ଜୟନ୍ତ ମହାପାତ୍ର ଏବଂ ଚିନ୍ମୟ ଲେଙ୍କା ଙ୍କ ସ୍ଵାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଏହି ଅବସରରେ ସାଂସ୍କୃତିକ ସମ୍ପାଦକ ମୁସ୍ତାଫା ବାଗ ଏବଂ ବନ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡୀ, ପ୍ରଦର୍ଶନ ହୋଇଥିବା ବେଳେ କଳାକାର ଏବଂ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହୀତ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଅଜୟ କୁମାର ଦାସ ନିଜ ଭାଷଣ ରେ ଓଡ଼ିଶାର ସଂସ୍କତି,ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ମେହୁଲ ଚୌହାନ ଏବଂ ସିରୋ ପ୍ରୋପୋରଟି ଫାଉଣ୍ଡର ଅନିଲ ଦାସ, ଅବଦୁଲ୍ ମାଜିଜ, ମେହେମୁଦ, ଅବିନାଶ କର୍ଣିକ, କଳୀଙ୍ଗାନ ସଦସ୍ୟା ଓ ରୋଜା ସଦସ୍ୟା ମାନେ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗଦେଇଥିଲେ, ପ୍ରଭାତ ଶତପଥି ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପତ୍ରିକା “ଉତ୍କଳିକା” ଉନ୍ମୋଚନ କରାଯାଇଥିଲା, ପତ୍ରିକା ରେ ପଦ୍ମଭୂଷଣ ପ୍ରତିଭା ରାୟ ଙ୍କ ଲେଖା ସ୍ଥାନ ପାଇଥିବାରୁ ସମସ୍ତ ସଦସ୍ୟା ଖୁସୀ ଅନୁଭବ କରୁଥିଲେ। ସଙ୍ଗଠନର ଉପଦେଷ୍ଟା ଅଜୟ କୁମାର ଦାସ ଙ୍କ ମୁଖରୁ “ମୁ ଓଡ଼ିଆ ମୋ ଭାଷା ବଢିଆ” ର ସ୍ଲୋଗାନ ସହ,ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀ ଙ୍କ ସ୍ମୃତି ଚାରଣ କରା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରାରମ୍ଭରେ, ସଂଗୀତ “ବନ୍ଦେ ଉତ୍କଳ ଜନନୀ “କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। ଏଥି ସହିତ ଅନ୍ୟ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା,ଅନୁଷ୍ଠାନର ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ସଫଳତାର ତୁଲାଇବା ପାଇଁ ସହୋଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକେ ନୃତ୍ୟ,ଗୀତ ର ତାଳେ ତାଳେ ଝୁମିବା ସହ କମେଡି ନାଟକ ର ମଜା ଉଠାଇଥିଲେ, ଏଥି ସହିତ ସମସ୍ତ ପରିବାର ଓଡ଼ିଆ ଭାଇ ଚାରା ର ମନଭାବ ରଖି ଓଡ଼ିଆ ଖାଦ୍ୟ ଖାଇ ଖୁସି ମନାଇଥିଲେ। ସର୍ବ ଶେଷରେ ପ୍ୟାରୀମୋହନ ମଲ୍ଲିକ ଙ୍କ ଅଧକ୍ଷତାରେ ରାଫେଲ ଡ୍ର କାର୍ଯ୍ୟକ୍ରମ ହୋଇଥିଲା। ଦର୍ଷକେ iPhone କୁ ଉପହାର ରୂପେ ପାଇ ବହୁତ୍ ଖୁସୀ ଅନୁଭବ କରିଥିଲେ। ସଂଗଠନ ର ଚିପ କୋଡିନେଟର ଜୟନ୍ତ ମହାପାତ୍ର ଏବଂ ଉପଦେଷ୍ଟା ସରୋଜ ପାତ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିବାରୁ ସମସ୍ତ ସଦସ୍ୟ ଉମାକାନ୍ତ ପାଢ଼ୀ,ସୁଧିର ସେନାପତି,ପଙ୍କଜ ସିଂହ, ବସନ୍ତ ଦାସ, ମିନାର ଅପା, ମାନସ ମହାପାତ୍ର, ପ୍ରଭାତ ପରିଡ଼ା, ବିଭୁପ୍ରସାଦ ଦାସ୍, ମନୋଜ୍ ନାୟକ, ସୁବାସିଶ ସୁନ୍ଦରରାୟ, ଶୁଶାନ୍ତ ପ୍ରଧାନ, ସୁଜିତ୍ ସେନାପତି, ବସନ୍ତ ସାହୁ, ରାଧେ ଶ୍ୟାମ ରାମ, ଅମୃତ ଲାଲ୍ ନାୟକ,ଭଗବାନ୍ ପାତ୍ର, ମହେଶ୍ବର ଜେନା ସମେତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।


