ସାଡିଙ୍ଗିଆରେ ସିଆରପିଏଫର ଜନ ସମ୍ପର୍କ ଶିବିର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକର ସାଡିଙ୍ଗିଆ ଠାରେ ଥିବା ଇ -୧୨ ବାଟାଲିୟନ ସିଆରପିଏଫ ବାହିନୀ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅଂଚଳର ଜନ ସା।ଧାରଣ ମାନଙ୍କୁ ମାଓ ଭୟଠୁ ଦୂରରେ ରଖିବା ସହ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସାଡିଙ୍ଗିଆ ସିଆରପିଏଫ କ୍ୟାମ୍ପର ମୁଖ୍ୟ କାମାଣ୍ଡାଣ୍ଟ ମହମ୍ମଦ ସାଜିଜଙ୍କ ଅଧକ୍ଷତାରେ ଏବଂ ସହକାରୀ କମାଡେଣ୍ଟ ଭି. ଶ୍ରୀନିବାସ ରାଓଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଡିଙ୍ଗିଆ, ଲେଣ୍ଡ୍ରିଗାଁ, କଟାପଙ୍ଗା, କିଆମୁଣ୍ଡା,ସୁନାରଡଦେଇ, ଲଦାପଦର ସହ ଆଖପାଖ ବିଭିନ୍ନ ଗାଁର ଲୋକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସାଡିଙ୍ଗିଆ କ୍ୟାମ୍ପର ଇନିସ୍ପେକ୍ଟର ଶିଶ ରାମ ଓ ଇନିସ୍ପେକ୍ଟର ପଙ୍କଜ କିଠୋରିଆଙ୍କ ସହ ସମସ୍ତ ଅଧିକାରୀଙ୍କ ସହ ସମସ୍ତ ଯବାନ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସିଆରପିଏଫ ବାହିନୀ ତରଫରୁ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଅଂଚଳରେ ଶିକ୍ଷାର ବିକାଶ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ୍ୟ ବିଭିନ୍ନ ଶିକ୍ଷା ଉପଯୋଗୀ ଶିକ୍ଷଣୀୟ ସାମଗ୍ରୀ ବଣ୍ଟନ କରାଯାଇ ଥିଲା। କାର୍ଯ୍ୟକ୍ରମ ଶେଷରେ ଅଂଚଳର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ