ସାତ ଦିନ ପରେ ଖୋଲିଲା ପଞ୍ଚାୟତ କାର୍ଯ୍ୟାଳୟର ତାଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିବା ଘଟଣାର ସାତ ଦିନ ପରେ ଜିଓ ଟାୱାର ନିର୍ମାଣ ପାଇଁ ବିଡ଼ିଓଙ୍କ ଆଲୋଚନା ଓ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ତାଲା ଖୋଲି ଥିବା ଦେଖିବାକୁ ମିଳିଛି। ଡିମିରିଗୁଡ଼ା ପଞ୍ଚାୟତରେ ଦୀର୍ଘ ବର୍ଷରୁ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରଶାସନ, ବିଧାୟକ, ଜିଲ୍ଲାପାଳଙ୍କୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାକୁ ନେ଼ଇ ଅଞ୍ଚଳର ଶତାଧିକ ମହିଳା ପୁରୁଷ ସାମିଲ୍ ହୋଇ ଟାୱାର ନିର୍ମାଣ କରିବା ଦାବିରେ ଆନ୍ଦୋଳନ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ।ତେବେ ପ୍ରଥମ ଦିନରେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ଦୁତୀୟ ଦିନରେ ତହସିଲଦାର୍ ଏମ୍ ଅନୁରାଧା ଓ ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଯାହା ଦ୍ଵାରା ପଞ୍ଚାୟତରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଫିରିଙ୍ଗିଆ ବିଡ଼ିଓ ଲୋକଙ୍କୁ ବୁଝା ବୁଝି କରିବା ସହ ତୁରନ୍ତ ମୋବାଇଲ୍ ଟାୱାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ତାଲା ଖୋଲିବାକୁ କହିବା ପରେ ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତରୁ ତାଲା ଖୋଲିଥିଲେ। ଅନ୍ୟ ପଟେ ଫେବୃଆରୀ ମାସ ଶେଷ ସୁଦ୍ଧା ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ପୁଣି ଥରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ