ସାନଖେମୁଣ୍ଡି କଉଡ଼ିଆ ରେ ଶୁଭାରମ୍ଭ କଲେ ଧାନ ମଣ୍ଡି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ପଞ୍ଚାୟତରେ ଜିଲ୍ଲାପରିଷଦ ଅମିନ ପ୍ରଧାନଙ୍କ ସଂଯୋଜନା ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି l ଉଦଘାଟନି ଉତ୍ସବରେ ସାନଖେମୁଣ୍ଡି ତହସିଲଦାର ଡ଼ଃ.ଶ୍ରୀନିବାସ ବେହେରା, ଜିଲ୍ଲା ଅତିରିକ୍ତ ଯୋଗାଣ ନିରୀକ୍ଷକ ଅଧିକାରୀ ସକଳେଶ୍ଵର ଦାସ, ବ୍ଲକ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ରାଓ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚନା କହ୍ନର, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ସଞ୍ଜୟ ନାୟକ, ସ୍ବୟଂ ସହାୟିକା ସଂଘର ସଭାପତି ରୀନା ପ୍ରଧାନ, ସମ୍ପାଦକ ମମତା କୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ସମସ୍ତ ଚାଷୀ ଯେପରି ସୁବିଧାରେ ଧାନ ବିକ୍ରି କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି l କଉଡ଼ିଆ ପଞ୍ଚାୟତର ନେତାଜୀ ସୁବାଷ ଚନ୍ଦ୍ର ସ୍ବୟଂ ସହାୟିକା ସଂଘ ଦ୍ୱାରା ଉକ୍ତ ଧାନ ମଣ୍ଡି ପରିଚାଳିତ ହୋଇଅଛି l ଏହି ପରିପ୍ରେକ୍ଷୀରେ ଚଳିତ ୨୦୨୨-୨୩ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ମଣ୍ଡୀରେ ସାଧାରଣ ଧାନର ଧାର୍ଯ୍ଯଦର କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ରହିଥିବା ବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୦୬୦ ଟଙ୍କା ରହିଥିବା ଜଣାପଡିଛି ।ପ୍ରଥମ ଦିନରେ ୮୧ କୁଇଣ୍ଟାଲ ସୌରା ଭୂୟାଁ ଦେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ