ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ହେଲେ ନୀଳମାଧବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଆଗକୁ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ କିଛି ବ୍ଲକ୍ ସଭାପତିଙ୍କୁ ପରିବର୍ତ୍ତନ କରାଯାଇ ନୂତନ ବ୍ଲକ୍ ସଭାପତି ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି l ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସ୍ଵୀକୃତି କ୍ରମେ ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ଭାବେ ଆଡପଡ଼ା ସରପଞ୍ଚ ନୀଳ ମାଧବ ରାଉତ କୁ ନିଯୁକ୍ତି କରଯାଇଛି l ସାନଖେମୁଣ୍ଡି ନିର୍ବଚନ ମଣ୍ଡଳୀର ବିଜେଡି ସଙ୍ଗଠନରେ ପ୍ରମୁଖ ଅଂଶୀଦାର ଭାବେ ଦଳୀୟ କଜ୍ୟକ୍ରମ ସହ ନିଜ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟଧାରା କୁ ନେଇ ଜିଲ୍ଲା ତଥା ନିଜ ରାଜ୍ୟ ନେତୃତ୍ୱଙ୍କ ପ୍ରିୟ ଭାଜନ ହୋଇ ବ୍ଲକ୍ ସଭାପତି ଭାବେ ନିଯୁକ୍ତି ପାଇଥିବାରୁ ନୀଳମାଧବ ରାଉତ ସାନଖେମୁଣ୍ଡି ପୁର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ନନ୍ଦିନି ଦେବୀଙ୍କ ସହ ଜିଲ୍ଲା ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ନୀଳମାଧବ ରାଉତ ଙ୍କୁ ବ୍ଲକ ବିଜେଡି ସଭାପତି ରେ ନିଯୁକ୍ତି କରାଯାଇଥିବାରୁ ଦଳୀୟ କର୍ମୀ ମାନେ ଖୁସି ଥିବା ଜଣାପଡିଛି l


