ସାନଖେମୁଣ୍ଡି ରୁ ଟପ୍ପର ହେଲେ 2 ଛାତ୍ରୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-2022 ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି l ସାନଖେମୁଣ୍ଡି ବ୍ଲକ କଙ୍କୋରଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଆଡ଼ପଡା ପଞ୍ଚାୟତ ବାଲିଆ ଗ୍ରାମର ଅଙ୍କିତା ପ୍ରଧାନ 581 ମାର୍କ ରଖିଥିବା ବେଳେ ବେଳେ ଖଲିଙ୍ଗି ହାଇସ୍କୁଲ ର ଛାତ୍ରୀ ବନ୍ଦନା ପଣ୍ଡା 576 ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ଏନେଇ ସେମାନଙ୍କ ସ୍କୁଲ ର ଶିକ୍ଷୟତ୍ରୀ, ଶିକ୍ଷକ ସମେତ ଅଭିଭାବକ , ବାପା ମାଆ ଙ୍କୁ ଶ୍ରେୟ ଦେବା ସହ ଛାତ୍ର ଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି l


